ବେକାର୍ ଯିବନି ମାଓ ଆକ୍ରମଣରେ ସହିଦ୍ ଯବାନଙ୍କ ବଳିଦାନ : ମୁଖ୍ୟମନ୍ତ୍ରୀ

22

କନକ ବ୍ୟୁରୋ : ବାଲିଗୁଡାରେ ମାଓ ହମଲାକୁ ତୀବ୍ର ନିନ୍ଦା କରିଛନ୍ତି ନବୀନþ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାସ୍ଥଳକୁ ଡିଜିପି ଯାଇଛନ୍ତି । ଯବାନଙ୍କ ବଳିଦାନକୁ ବେକାର୍ ଯିବାକୁ ଦିଆଯିବନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କମ୍ବିଂ ସାରି ଫେରୁଥିବା ଏସଓଜି ଯବାନଙ୍କ ଗାଡି ଉପରକୁ ଅତର୍କିତ ଗୁଳିମାଡ କରିଥିଲେ ମାଓବାଦୀ । ଯେଉଁଥିରେ ଜଣେ ଏସଓଜି ଯବାନ୍ ଲକ୍ଷ୍ମୀକାନ୍ତ ଜାନି ସହିଦ୍ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଅନ୍ୟ ୩ ଜଣ ଯବାନ୍ ଆହତ ଥିବା ଜଣାପଡିଛି । ଆହତଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ସହ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଓ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ କନ୍ଧମାଳ ଏସପି ପିନାକୀ ମିଶ୍ର ପହଂଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଆରପଟେ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।