୪୫ତମ ଜନ୍ମ ଦିନ ପାଳିଲେ ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ଦେଶବିଦେଶରୁ ଛୁଟିଛି ଫ୍ୟାନଙ୍କ ଶୁଭେଛାର ସୁଅ

8

୪୫ତମ ଜନ୍ମଦିନ ପାଳିଲେ କ୍ରିକେଟର ଭଗବାନ । ମାଷ୍ଟର ବ୍ଲାଷ୍ଟର, ରନ୍ ମେସିନ୍, ତେନ୍ଦୁଲକର, ଏମିତି ଅନେକ ନାଁ ହେଲେ ବ୍ୟକ୍ତି ଜଣେ, ସଚିନ ରମେଶ ତେନ୍ଦୁଲକର । ଦୀର୍ଘ ଦୁଇ ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ରାଜ କରିଥିବା ଏବଂ କ୍ରିକେଟକୁ ଲୋକପ୍ରିୟତାର ଶୀର୍ଷକୁ ନେଇଥିବା ସଚିନଙ୍କର ଆଜି ୪୫ ତମ ଜନ୍ମଦିନ । କୁହାଯାଉଥିଲା ସଚିନ୍ ରେକର୍ଡ ପଛରେ ନଥିଲେ, ରେକର୍ଡ ଧାଇଁଥିଲା ସଚିନଙ୍କ ପଛରେ ।

ଅସଂଖ୍ୟ ରେକର୍ଡ, ଅଗଣିତ ଫ୍ୟାନ, ଆକଳନ କରିହେଉନଥିବା ଲୋକପ୍ରିୟତା ଭିତରେ ଅବସର ନେଇଥିଲେ ବିଶ୍ୱ କ୍ରିକେଟର ଏହି ବାଦଶାହ୍ । ହେଲେ ଏବେ ବି ଅତୁଟ ରହିଛି କ୍ରେଜ୍ । ଜନ୍ମ ଦିନରେ ଛୁଟିଛି ଶୁଭେଚ୍ଛାର ସୁଅ । ଅନେକ ପ୍ରତିଷ୍ଠିତ କ୍ରିକେଟର ଏବଂ ପୂର୍ବତନ ସାଥୀ ଖେଳାଳି ଟ୍ୱିଟ୍ କରି ଜଣାଇଛନ୍ତି ବାର୍ଥ ଡେ ଉଇସ୍ । କ୍ରିକେଟର କିର୍ତୀମାନ ସଚିନ ତେନ୍ଦୁଲକର ୨୦୧୩ ନଭେମ୍ବରରେ ସବୁ ଫର୍ମାଟରୁ ଅବସର ନେଇଥିଲେ ।

Comments are closed.