ଭୁବନେଶ୍ୱରରେ ପହଞ୍ଚିଲେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର । ହକି ବିଶ୍ୱକପର ଉଦଯାପନୀ ଉତ୍ସବରେ ହେବେ ସାମିଲ, ସଚିନଙ୍କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ

184

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲେ କ୍ରିକେଟ ଜଗତର ଭଗବାନ ସଚିନ୍ ତେନ୍ଦୁଲକର । ହକି ବିଶ୍ୱକପର ଫାଇନାଲରେ ଯୋଗ ଦେବା ପାଇଁ ଏକ ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡ ଓ ବେଲଜିୟମ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଓଡିଶା ଆସିଛନ୍ତି ସଚିନ୍ । ଆଉ ସଚିନଙ୍କୁ ପାଖରୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ଦର୍ଶକ ।

ଏହାପୂର୍ବରୁ ହକି ବିଶ୍ୱକପର ଉଦଯାପନୀ ଉତ୍ସବରେ ଯୋଗଦେବା ପାଇଁ ଓଡିଶା ଆସୁଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ ସଚିନ୍ । ଏହାସହ ଓଡିଶା ସୁନ୍ଦର ଭାବେ ହକି ବିଶ୍ୱକପ ଆୟୋଜନ କରିଛି । ଯାହା ହକିକୁ ଆଗାମୀ ଯୁବ ପୀଢିଙ୍କ ପାଖରେ ଏକ କ୍ରୀଡା ଭାବେ ପରିଚିତ କରିପାରିବ । ଏଥିସହ ହକି ବିଶ୍ୱକପର ଟାଇଟେଲ ପାଇଁ ଲଢେଇ କରିବାକୁ ଥିବା ବେଲଜିୟମ ଓ ନେଦରାଲାଣ୍ଡ ଟିମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତେନ୍ଦୁଲକର ।  ଆଉ ସଚିନ ଓଡିଶା ଆସିବା ନେଇ ଟ୍ୱିଟ୍ କରିବା ପରେ ନବୀନ ତାଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଥିଲେ ।