କୃନାଲଙ୍କ ବିବାହ ଭୋଜିରେ ସଚିନ ତେନ୍ଦୁଲକର !

29

ଭାରତୀୟ କ୍ରିକେଟରଙ୍କ ପାଇଁ ବର୍ତ୍ତମାନ ବିବାହ ଋତୁ ଚାଲିଛି । କିଛିଦିନ ତଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇଟାଲୀରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ । ସେହିପରି ପୂର୍ବତନ ଦ୍ରୁତ ବୋଲର ଜାହିର ଖାଁ ଓ ଭୁବନେଶ୍ୱର କୁମାର ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହି କ୍ରମରେ ଯୋଡ଼ି ହୋଇଯାଇଛନ୍ତି, ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର ତଥା ଭାରତୀୟ ଦଳର ଯୁବ ତାରକା ହାର୍ଦିକଙ୍କ ବଡ଼ ଭାଇ କୃନାଲ ପାଣ୍ଡ୍ୟା ବୁଧବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପିଲାବେଳର ସାଥୀ ପଙ୍ଖୁରୀ ଶର୍ମାଙ୍କୁ ବୁଧବାର ବିବାହ କରିଥିଲେ । କୃନାଲଙ୍କ ଏହି ବିବାହ ଭୋଜିରେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଯୋଗଦେଇଥିଲେ । ମଙ୍ଗଳବାର କୃନାଲଙ୍କ ମେହେନ୍ଦି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଦିନ ବିରାଟ କୋହଲିଙ୍କ ଦ୍ୱିତୀୟ ଭୋଜି ମୁମ୍ବାଇରେ ହୋଇଥିଲା । ଏଥିରେ କ୍ରୀଡା ଏବଂ ବଲିଉଡର ବଡ଼ବଡ଼ ହସ୍ତୀମାନେ ଯୋଗ ଦେଇଥିଲେ । ସେହିଭଳି ବୁଧବାର କୃନାଲଙ୍କ ବିବାହ ଉତ୍ସବରେ ସଚିନଙ୍କ ସହ ବଡ଼ବଡ଼ ହସ୍ତୀମାନେ ମଧ୍ୟ ଯୋଗ ଦେଇଥିଲେ । ସଚିନ ତାଙ୍କ ପରିବାର ସହ ଯୋଗ ଦେଇଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ମାଲିକ ମୁକେଶ ଆମ୍ବାନୀ ଏବଂ ବଲିଉଡ ସୁପରଷ୍ଟାର ଅଭିତାଭ ବଚ୍ଚନ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।