ବିଶ୍ୱକପ୍ ଫାଇନାଲରେ ନ୍ୟୁଜିଲାଣ୍ଡର ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ସଚିନ୍ ! ଦ୍ୱିତୀୟ ସୁପର ଓଭର ସପକ୍ଷରେ ରଖିଲେ ମତ ।

368

କନକ ବ୍ୟୁରୋ : ବିଶ୍ୱକପ ଫାଇନାଲରେ ଯେଉଁଭଳି ଭାବେ ବିଜେତା ଚୟନ କରାଗଲା, ତାହାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ବିଶ୍ୱକପ୍ ଫାଇନାଲରେ ବିଜେତା ବଛିବା ଲାଗି ବାଉଣ୍ଡରି କାଉଣ୍ଟକୁ ହିସାବ ନେବା ନେଇ ସୃଷ୍ଟି ହୋଇଥିବା ବିବାଦରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ ମତ ରଖିଛନ୍ତି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟର ଟାଇ ବ୍ରେକର ପାଇଁ ଆଉ ଏକ ସୁପରଓଭରର ଉପଯୋଗ କରାଯିବା ଉଚିତ ଥିଲା ବୋଲି ସେ କହିଛନ୍ତି ।

ସଚିନ ପ୍ରକାଶ କରିଛନ୍ତି ଯେ ମୁଁ ଭାବୁଛି ବିଜେତା ବାଛିବା ଲାଗି ବାଉଣ୍ଡରି କାଉଣ୍ଟ ପରିବର୍ତେ ଆଉ ଏକ ସୁପରଓଭର କରିଥିଲେ ଭଲ ହୋଇ ଥାଆନ୍ତା ।କେବଳ ବିଶ୍ୱକପ୍ ଫାଇନାଲ୍ ନୁହେଁ, ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ । ଫୁଟବଲରେ ଯେମିତି ଦଳଗୁଡ଼ିକ ଅତିରିକ୍ତ ସମୟକୁ ଗଲେ, ଅନ୍ୟ କିଛି ଫରକ ପକାଇ ନଥାଏ । କ୍ରିକେଟରେ ମଧ୍ୟ ସେମିତି ହେବା ଦରକାର । ସଚିନ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲି ଦେଇଥିବା ପରାମର୍ଶ ସହ ଏକମତ ହୋଇଛନ୍ତି । ଆଇପିଏଲ୍ ଭଳି ବିଶ୍ୱକପରେ ପ୍ଲେ ଅଫ୍ ବ୍ୟବସ୍ଥା କରିବାକୁ କୋହଲି କହିଥିଲା ବେଳେ ଏହାକୁ ବିଚାର କରାଯାଇପାରେ । ଶ୍ରେଷ୍ଠ ଦୁଇ ଦଳ ପାଇଁ ଏଭଳି ବ୍ୟବସ୍ଥା ରହିବା କଥା ବୋଲି ସଚିନ କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସେମିଫାଇନାଲ ପଶ୍ଚାତଧାବନରେ ଧୋନିଙ୍କୁ ୫, ପାଣ୍ଡ୍ୟାଙ୍କ ୬ ଏବଂ କାର୍ତିକଙ୍କୁ ସେ ୭ ନମ୍ବରରେ ଖେଳିବାକୁ ପଠାଇ ଥାଆନ୍ତେ ବୋଲି ସଚିନ କହିଛନ୍ତି ।