ସଚିନଙ୍କୁ ସାହା ହେଲା ସୋସିଆଲ ମିଡିଆ ! ରାଜ୍ୟସଭାରେ ଭାଷଣ ଦେବାରୁ ବଂଚିତ ହେବା ପରେ ଫେସବୁକରେ ଅଭିଭାଷଣ ରଖିଲେ ସଚିନ! କହିଲେ, ଖେଳିବା ପାଇଁ ବାଧକ ସାଜେନି ବୟସ

34

କନକ ବ୍ୟୁରୋ : ରାଜ୍ୟସଭାରେ ଭାଷଣ ଦେବାକୁ ସୁଯୋଗ ନମିଳିବାରୁ ସୋସିଆଲ୍ ମିଡିଆରେ ସ୍ପିଚ୍ ଦେଇଛନ୍ତି ସଚିନ ତେନ୍ଦୁଲକର । ଫେସବୁକରେ ୧୫ମିନିଟର ଅଭିଭାଷଣ ରଖିଛନ୍ତି ସଚିନ । ଏଥିରେ ସେ ଖେଳାଳିଙ୍କୁ ଫିଟନେସର ମନ୍ତ୍ର ଦେଇଛନ୍ତି ଏବଂ କହିଛନ୍ତି ଖେଳିବା ପାଇଁ କେବେବି ବାଧକ ସାଜେନି ବୟସ ।
ଗୁରୁବାର ରାଜ୍ୟସଭାରେ ଭାଷଣ ଦେବାକୁ ଠିଆ ହୋଇଥିଲେ ଭାରତରତ୍ନ ସଚିନ ତେନ୍ଦୁଲକର । କିନ୍ତୁ ରାଜନୀତିର ଲଢେଇରେ ହଙ୍ଗାମା ଏତେ ଜୋର ହେଉଥିଲା ଯେ ତା ଭିତରେ ସଚିନଙ୍କ ଭାଷଣ କେହି ଶୁଣି ପାରିନଥିଲେ । ଯାହା ଫଳରେ ଭାଷଣ ଦେଇପାରିନଥିଲେ ସଚିନ୍ । କିନ୍ତୁ ଏହି ଘଟଣା ପରେ ଶୁକ୍ରବାର ଫେସବୁକରେ ୧୫ମିନିଟର ଏକ ଅଭିଭାଷଣ ରଖିଛନ୍ତି ପୂର୍ବତନ କ୍ରିକେଟର ତଥା ରାଜ୍ୟସଭା ସାଂସଦ ସଚିନ ତେନ୍ଦୁଲକର ।

sachin-tendulkar-rajya-sabha_650x400_51513856549ଚମକ୍ରାର କ୍ରିକେଟ ଖେଳି ଭାରତକୁ ଏକ ନୂଆ ଶିଖରରେ ପହଂଚାଇଥିବା ଏହି ବ୍ୟକ୍ତି ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତ ଖେଳକୁ ଭଲ ପାଉଥିବା କେବଳ ଏକ ଦେଶ ହୋଇ ନରହୁ ବରଂ ସବୁଠୁ ଭଲ ଖେଳ ଖେଳୁଥିବା ଏକ ରାଷ୍ଟ୍ରରେ ପରିଣତ ହେଉ । ଭାରତର ଏହି ପୂର୍ବତନ କ୍ରିକେଟ ଅଧିନାୟକ ଏହି ଫେସବୁକ ସ୍ପିଚରେ ଦେଇଛନ୍ତି ଫିଟନେସର ମନ୍ତ୍ର । ସେ କହିଛନ୍ତି,ଭାରତର ୭୫ ପ୍ରତିଶତରୁ ଅଧିକ ଲୋକ ଏବେ ଡାଇବେଟିସ ବା ମଧୁମେହ ରୋଗରେ ପିଡୀତ ଅଛନ୍ତି । ତେବେ ବ୍ୟାୟାମ ଓ କ୍ରୀଡା ଦ୍ୱାରା ଏହି ରୋଗ ଦୂର କରାଯାଇପାରିବ । ତା ଛଡା କ୍ରୀଡାର ବିକାଶ ପାଇଁ ପାଠ୍ୟକ୍ରମରେ ଏହାକୁ ସାମିଲ କରିବା ପାଇଁ ପୂର୍ବରୁ ମଧ୍ୟ ସଚିନ କହିଛନ୍ତି ।

ଅର୍ନ୍ତଜାତୀୟ କ୍ରିକେଟରେ ୩୦ହଜାରରୁ ଅଧିକ ରନ୍ କରିଥିବା ସଚିନ ତେନ୍ଦୁଲକର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ନିଜକୁ ସୁସ୍ଥ ବା ଫିଟ ରଖିବା ପାଇଁ ବୟସ କେବେବି ବାଧକ ସାଜି ପାରିବ ନାହିଁ । ଗୁରବାର ଦିନ ଭାରତରେ ଖେଳର ଭବିଷ୍ୟତକୁ ନେଇ ବିତର୍କ ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ କିନ୍ତୁ ସେ ଭାଷଣ ଦେବା ପୂର୍ବରୁ କଂଗ୍ରେସ ସାଂସଦମାନେ ହଟ୍ଟଗୋଳ ଆରମ୍ଭ କରିଦେଲେ । ଫଳରେ ରାଜ୍ୟସଭା ମୁଲତବି ହୋଇଯାଇଥିଲା ଓ ସଚିନଙ୍କ ଭାଷଣ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଥିଲା ।