କିଏ ହେବେ ମୁଖ୍ୟମନ୍ତ୍ରୀ ? ନିଷ୍ପତି ନେବେ ହାଇକମାଣ୍ଡ, ଧାଡିକିଆ ପ୍ରସ୍ତାବ ଆଣିଲେ ଗେହଲଟ; ସମର୍ଥନ କଲେ ସଚିନ ପାଇଲଟ ଓ ସିପି ଯୋଶୀ

ରାଜସ୍ଥାନରେ ଶେଷ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ

108

କନକ ବ୍ୟୁରୋ: ରାଜସ୍ଥାନରେ କଂଗ୍ରେସକୁ ବହୁମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ଗାଦିକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ବହୁ ସଂଖ୍ୟାରେ ସଚିନ୍ ପାଇଲଟ୍ ଓ ଗହଲୋତଙ୍କ ସମର୍ଥକ ଜମା ହୋଇ ସେମାନଙ୍କ ସପକ୍ଷରେ ନାରାବାଜି କରିଛନ୍ତି । ଏହାରି ଭିତରେ ଶେଷ ହୋଇଛି କଂଗ୍ରେସ ବିଧାୟକ ଦଳ ବୈଠକ । ବୈଠକରେ ବିଧାୟକମାନେ ସେମାନଙ୍କର ନେତା ଚୟନ କରି ଲିଖିତ ରାୟ ପ୍ରଦାନ କରିଛନ୍ତି । ତେବେ ଏହି ବୈଠକରେ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତି ନେବେ ବୋଲି ଏକ ଧାଡିକିଆ ପ୍ରସ୍ତାବ ଆଣିଥିଲେ ଅଶୋକ ଗେହଲଟ ।

ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବରିଷ୍ଠ ବିଧାୟକ ସିପି ଜୋଶୀ । ତାପରେ ରାଜସ୍ତାନର ପିସିସି ସଭାପତି ତଥା ମୁଖ୍ୟମନ୍ତ୍ରୀ ପଦପାଇଁ ଅନ୍ୟତମ ଦାବିଦାର ସଚିନ୍ ପାଇଲଟ୍ ସମର୍ଥନ କରିଛନ୍ତି । ବିଧାୟକ ଦଳର ନିଷ୍ପତି ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ଅବଗତ କରାଯିବ । ହାଇକମାଣ୍ଡ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବାଛିବେ ବୋଲି ଜଣାପଡିଛି । ସନ୍ଧ୍ୟା ସୁଧା କିଏ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଉଭୟ ନେତା ।

ଅନ୍ୟ ପକ୍ଷରେ ରାଜସ୍ଥାନ ଆଜି ନୂଆ ମ୍ରୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବ । ରେସରେ ଅଛନ୍ତି ଅଶୋକ ଗେହଲଟ ଓ ସଚିନ ପାଇଲଟ । ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ଦୁଇ ଦୁଇ ଥରର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ରେସରେ ଆଗରେ ଅଛନ୍ତି । ସେ ହେଉଛନ୍ତି ରାଜ୍ୟ କଂଗ୍ରେସର ୱାରହର୍ସ । ଅଶୋକ ଗେହଲଟଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି ।

ସେହିଭଳି ରାଜସ୍ଥାନ ରାଜ୍ୟ କଂଗ୍ରେସର ସଭାପତି ସଚିନ ପାଇଲଟ ବି ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ସେ ହେଉଛନ୍ତି ରାହୁଲ ଗାନ୍ଧିଙ୍କ ଯୁବ ସହଯୋଗୀ । ଗତ ୪ ବର୍ଷରେ ରାଜସ୍ଥାନରେ କଂଗ୍ରେସକୁ ମଜଭୁତ କରିବାରେ ସଚିନ ପାଇଲଟଙ୍କ ପ୍ରମୁଖ ଭୂମିକା ରହିଛି ।

Comments are closed.