ରିଲିଜ ହୋଇଛି ବାୟୋପିକ୍ ସଚିନର ପ୍ରଥମ ପୋଷ୍ଟର

41

ଆଜହର, ଏମଏସ ଧୋନି ପରି କ୍ରିକେଟରଙ୍କ ବାଓପିକ୍ ଆରମ୍ଭ ହୋଇଛି । ଏହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ କ୍ରିକେଟ ପ୍ରେମୀଙ୍କୁ ଏକ ନୂଆ ଖବର ମିଳିଛି । ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ଜୀବନକୁ ନେଇ ତିଆରି ହେଉଛି ଫିଲ୍ମ ସଚିନ । ଏହାର ଫାଷ୍ଟ ପୋଷ୍ଟର ରିଲିଜ କରିଛନ୍ତି ଖୋଦ୍ ସଚିନ ତେନ୍ଦୁଲକର । କ୍ରିକେଟର ଭଗବାନ କୁହାଯାଉଥିବା ସଚିନଙ୍କ ଉପରେ ନିର୍ମାଣ ହେଉଥିବା ଏହି ଚିତ୍ରକୁ ନେଇ ବିଭିନ୍ନ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ସଚିନ ଏହାର ପୋଷ୍ଟ ଟ୍ୱିଟ କରିବା ପରେ ଶହ ଶହ ପ୍ରତିକ୍ରିୟା ଆସିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ କେବଳ ପ୍ୟାଡ ପିନ୍ଧା ଦୁଇଟି ଗୋଡ ଦେଖାଯାଉଛି । ଏଥିରେ ଲେଖାଯାଇଛି , ମାତ୍ର ଗୋଟିଏ ଟ୍ରାଉଜରରେ ୫୫ ଦିନର ଟ୍ରେନିାଂ ଏହାର ପ୍ରଥମ ଟିଜର ଏପ୍ରିଲ ୧୪ ତାରିଖରେ ଦିନ ୧ଟାରେ ରିଲିଜ ହେବ ବୋଲି ସଚିନ ନିଜ ଟ୍ୱିଟରେ  ଉଲ୍ଲେଖ କରିଛନ୍ତି ।