ବିବାଦୀୟ ସୋ’‘ବିଗବସ୍’ ଘରୁ ବିଦାୟ ନେଲେ ସବ୍ୟସାଚୀ ! ପ୍ରଥମ ଓଡ଼ିଆ ପ୍ରତଯୋଗୀ ଭାବେ ନେଇଥିଲେ ଭାଗ

89

ବିବାଦୀୟ ସୋ’ ‘ବିଗବସ୍’ରେ ଚଳିତ ବର୍ଷ ସବୁଠାରୁ ଅଧିକ ହଙ୍ଗାମା ଦେଖିବା ପାଇଁ ମିଳୁଛି । ବିନା କାରଣରେ ବିଗବସ୍ ଗୃହର ଝଗଡ଼ା ଏକ ସାଧାରଣ କଥା । ଆଉ ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା ଯିଏ ବିବାଦରେ ରହିଲା ସେ ହିଁ ଅଧିକ ଦିନ ପର୍ଯ୍ୟନ୍ତ ସୋ’ରେ ରହିପାରିବ । ତେବେ ଏନେଇ ପ୍ରଥମରୁ ହିଁ ପ୍ଲାନିଂ, ପ୍ଲଟିଂ ହୋଇଥାଏ । ତେବେ ବିଗବସ୍ ଗୃହରେ ଯେଉଁମାନେ ପରଦାରେ ଦେଖାଯାଆନ୍ତି ଅର୍ଥାତ୍ ବିବାଦରେ ରୁହନ୍ତି ନାହିଁ, ସେମାନେ ବିପଦରେ ପଡିଥାଆନ୍ତି । ଯେତେେ ଏପରିସ୍ଥଳେ ଆପଣ ଯେତେ ଭଲ ହେଲେ ମଧ୍ୟ ଆପଣଙ୍କୁ ଗୃହ ଛାଡ଼ିବ ନିଶ୍ଚିତ । ଏହିଭଳି କିଛି ହୋଇଛି ଓଡିଶାର ସବ୍ୟସାଚୀ ଶତପଥୀଙ୍କ ।

କଲର୍ସ ଚ୍ୟାନେଲରେ ପ୍ରସାରିତ ବିବାଦୀୟ ସୋ’ ‘ବିଗବସ-୧୧’ରେ ପ୍ରଥମଥର ପାଇଁ ଓଡିଶାରୁ ଭାଗ ନେଇଥିଲେ ଡିଜାଇନର ତଥା ଟେଲିଭିଜନ ଆଙ୍କର ସବ୍ୟସାଚୀ ଶତପଥୀ । ଗତ ରବିବାର ଦିନ ସେ ବିଗବସ ଗୃହରୁ ବିଦାୟ ନେଇଛନ୍ତି । ଖାସ କଥା ହେଉଛି ଏହି ସପ୍ତାହରେ ହିଁ ବିଗବସ୍ ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ପାଇଁ ସେ ‘ବିଗବସ୍’ ଗୃହର କ୍ୟାପଟେନ ହୋଇଥିଲେ । ମାତ୍ର ସବ୍ୟସାଚୀ କ୍ୟାପଟେନ୍ ପଦବୀକୁ ଉପଭୋଗ କରିପାରଲେ ନାହିଁ । ଅଳ୍ପ ଭୋଟ ଯୋଗୁଁ ତାଙ୍କୁ ଏହି ଶୋ ଛାଡିବାକୁ ପଡିଥିଲା ।

ସବ୍ୟସାଚୀ ଏହି ସୋରେ ଅଧିକାଂଶ ସମୟ ବିଗବସ ଗୃହର ରୋଷେଇ ଘରେ ବିତାଉଥିଲେ । ଏବଂ ସମସ୍ତ ଟାସ୍କରେ ଉତ୍ସାହ ସହକାରେ ଭାଗ ନେଉ ନଥିଲେ । ଟାସ୍କରେ ଭାଗ ନେଉ ଥିଲେ ହେଁ ସେଭଳି ଉତ୍ସାହର ସହ ଖେଳୁନଥିଲେ । ଏହି ପ୍ରମୁଖ କାରଣ ଯୋଗୁଁ ବୋଧହୁଏ ଦର୍ଶକ ତାଙ୍କୁ ଅଳ୍ପ ଭୋଟ୍ ଦେଇଥିଲେ । ଅଧିକରୁ ଅଧିକ ସମୟ ସେ ରୋଷେଇ ଘରେ ହିଁ ବତାଇ ଦେଉଥିଲେ । ଯେଉଁ କାରଣରେ ସୋରେ ତାଙ୍କୁ ବହୁତ କମ୍ ଦେଖିବା ପାଇଁ ମିଳୁଥିଲା ।