ସବ୍ୟସାଚୀଙ୍କ ବିଜେଡି ଆକାଉଂଟକୁ ୪୫ ଲକ୍ଷ : କିଏ ସେହି ସବ୍ୟସାଚୀ, ସସପେନ୍ସ ଜାରି

27

ପାରଳାଖେମୁଣ୍ଡି : କିଏ ସେହି ସବ୍ୟସାଚୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବିଜେଡି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ପରେ ଏହାକୁ ନେଇ ଜାରି ରହିଛି ସସପେନ୍ସ । ଗତକାଲି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବ୍ରଜ କିଶୋର କହିଥିଲେ ବିଜେଡି ଆକାଉଂଟରୁ ଗିରଫ ହୋଇଥିବା ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଆକାଉଂଟକୁ ୪୫ ଲକ୍ଷ ଟଙ୍କା ଯାଇଛି । ପ୍ରମାଣ ଦେବାକୁ ଯାଇ ସେ ବିଜେଡିର କେଉଁ ଆକାଉଂଟରୁ ଟଂକା ଯାଇଛି ସେନେଇ ତଥ୍ୟ ମଧ୍ୟ ରଖିଛନ୍ତି ।

ଏହି ଆକାଉଂଟରୁ ଗଂଜାମର ଛତ୍ରପୁରରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ସବ୍ୟସାଚୀ ପଣ୍ଡାଙ୍କ ଆକାଉଂଟକୁ ଟଙ୍କା ଯାଇଛି ବୋଲି ସେ କହିଥିଲେ । ଚେକ୍ ନମ୍ବର ଥିଲା ୪୪୧୬୩୦ । ଏହା ସହ ଘଟଣାର ତଦନ୍ତ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିବା କହିଛନ୍ତି । ତେବେ ଏହାକୁ ନେଇ ସଂଦେହ ଜାରି ରହିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯେଉଁ ସବ୍ୟସାଚୀଙ୍କ ଆକାଉଂଟକୁ ବିଜେଡି ଆକାଉଂଟରୁ ଟଂକା ଯାଇଥିବା ଅଭିଯୋଗ ଆଣିଛନ୍ତି, ସେହି ସବ୍ୟସାଚୀ କିଏ ଏହାକୁ ନେଇ ସସପେନ୍ସ ଜାରି ରହିଛି । ତେବେ ବିଜେଡି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ।

ବିଜେଡି ତାଙ୍କୁ କୌଣସି ଟଙ୍କା ଦେଇନଥିବା ସ୍ପଷ୍ଟ କରିଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା । ଛତ୍ରପୁରରେ ଆଇସିଆଇସିଆଇ ବ୍ୟାଙ୍କରେ ତାଙ୍କର କୌଣସି ଆକାଉଂଟ ନଥିବା ସବ୍ୟସାଚୀ କହିଛନ୍ତି । ବ୍ରଜ ତ୍ରିପାଠୀ ଆଣିଥିବା ଅଭିଯୋଗ ଭିତିହୀନ । ତାଙ୍କର କେବଳ ବ୍ରହ୍ମପୁର ସର୍କଲ ଜେଲରେ ଗୋଟିଏ ଆକାଉଂଟ ଥିବା କହିଛନ୍ତି ସବ୍ୟସାଚୀ । ଆଜି ପାରଳାଖେମୁଣ୍ଡି କୋର୍ଟରେ ହାଜର ବେଳେଏହି ପ୍ରତିକ୍ରିୟା ଦେଇଛନ୍ତି ସବ୍ୟସାଚୀ ପଣ୍ଡା ।