ସବକି ପସନ୍ଦ ନିରମା ! ଜାଣନ୍ତୁ ଡିଟରଜେଂଟ୍ ଝିଅର କାହାଣୀ।

69

ବିଜ୍ଞାପନ ଦୁନିଆର ଲୋକପ୍ରିୟ ଜିଙ୍ଗଲ୍ ‘ସବକି ପସନ୍ଦ ନିରମା’ । ଏହି ଜିଙ୍ଗଲ୍ ପ୍ଲେ ହେବା ମାତ୍ରେ ହିଁ ଯେ କେହି ବି କହିଦେଇ ପାରିବ ଏହା ହେଉଛି ଡିଟରଜେଂଟ୍ ପାଉଡର୍ ‘ନିରମା’ର ବିଜ୍ଞାପନ । ଜିଙ୍ଗଲଟି ଦର୍ଶକଙ୍କ ହୃଦୟରେ ଆଉ ଡିଟରଜେଂଟ୍ ଲୋକଙ୍କ ଘରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି । ତେବେ କଣ ଆପଣ ଜାଣନ୍ତି ଏହି ‘ନିରମା’ ପଛରେ ରହିଛି ଏକ ହୃଦୟବିଦାରକ ତଥା ପ୍ରେରଣାଦାୟୀ କାହାଣୀ ।

‘ନିରମା’ର ପ୍ରତିଷ୍ଠାତା ହେଉଛନ୍ତି ଅହମ୍ମଦାବାଦର କରସନଭାଇ ପଟେଲ୍ । ଏକ କାର୍ ଦୁର୍ଘଟଣାରେ କରସନଭାଇ ନିଜ ଝିଅ ନିରମାକୁ ହରାଇଥିଲେ । ତେବେ ଏହି ଘଟଣା ପରେ ଭାଙ୍ଗି ପଡିଥିବା କରସନଭାଇ ଝିଅକୁ ଚିର ଅମର ରଖିବା ପାଇଁ ନେଇଥିଲେ ଏକ ନିଆରା ପଦକ୍ଷେପ । ୧୯୬୯ରେ ସେ ନିରମା ନାମରେ ଡିଟରଜେଂଟ୍ ପାଉଡର ତିଆରି କରି ଘରେ ଘରେ ବିକ୍ରି କରିବା ଆରମ୍ଭ କରିଥିଲେ । ତେବେ ଶୁଣିବାକୁ ମଳିଛି ଡିଟରଜେଂଟ୍ ପ୍ୟାକେଟ୍ ଉପରେ ରହିଥିବା ଝିଅଟି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କରସନଭାଇଙ୍କ ସେହି ଝିଅ ନିରମା ।

ଅନେକ ସଂଘର୍ଷ ସତ୍ୱେ କରସନଭାଇଙ୍କ ଏହି ବ୍ୟବସାୟ ଧୀରେ ଧୀରେ ବଢିବାରେ ଲାଗିଥିଲା । ଆଉ ଯାହାର ଫଳ ଏବେ ଆପଣଙ୍କ ସାମ୍ନାରେ । ବର୍ତ୍ତମାନ ନିରମାରେ ୧୫ହଜାର କର୍ମଚାରୀ କାମ କରୁଥିବା ବେଳେ ବାର୍ଷିକ କାରବାର ରହିଛି ୩୫୫୦ କୋଟି । ୨୦୧୦ରେ କରସନଭାଇଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।