ଭୁବନେଶ୍ୱରରେ ବିଜେପିର ‘ସବକା ସାଥ ସବକା ବିକାଶ’ କାର୍ଯ୍ୟକ୍ରମ ! କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ କହିଲେ ୪ବର୍ଷରେ ବଦଳିବ ସାଲିଆ ସାହିର ଚିତ୍ର

55

କନକ ବ୍ୟୁରୋ  : ଭୁବନେଶ୍ୱରରେ କେନ୍ଦ୍ର ସହରାଚଂଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ । ସାଲିଆ ସାହିରେ ବିଜେପି ପକ୍ଷରୁ ଆୟୋଜିତ ସବ କା ସାଥ ସବ୍ କା ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଭେଙ୍କେୟା । ଏହି କାର୍ଯ୍ୟକ୍ରମରେ ଲୋକଙ୍କ ଉଦେଶ୍ୟରେ ଉଦବୋଧନ ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଖୁବ୍ଶୀଘ୍ର ବଦଳିବ ସାଲିଆ ସାହିର ଅବସ୍ଥା । ରାଜ୍ୟ ସରକାର ପ୍ରସ୍ତାବ ଦେଲେ ଏହି ସାହିରେ ଥିବା ଝୁପୁଡି ବଦଳରେ ଠିଆ ହେବ କୋଠାଘର ।

ଏନଡିଏ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଲାଗି ଦେଶବ୍ୟାପୀ ଏହି ସବକା ସାଥ ସବକା ବିକାଶ କାର୍ଯ୍ୟର୍କ୍ରମର ଆୟୋଜନ କରାଯାଇଛି । ସବକା ସାଥ ସବକା ବିକାଶ କାର୍ଯ୍ୟର୍କ୍ରମରେ ଯୋଗ ଦେବା ପରେ ସାଲିଆ ସାହିର ଦଳିତ ପରିବାର ସୁଚିତ୍ରା ବେହେରାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ ।