ଥମୁନି ସାବରିମାଳା ମନ୍ଦିର ବିବାଦ : ମହିଳା ଭକ୍ତ ଓ ଗଣମାଧ୍ୟମ ଉପରେ ଆକ୍ରମଣ

୫୨ବର୍ଷୀୟ ମହିଳାଙ୍କ ମନ୍ଦିର ପ୍ରବେଶ ନେଇ ଉତେଜନା, ୧୪୪ଧାରା ଜାରି

79

କନକ ବ୍ୟୁରୋ : ସାବରିମାଳା ମନ୍ଦିରକୁ ନେଇ ଥମୁନି ବିବାଦ । କଡ଼ା ସୁରକ୍ଷା ବଳୟ ଥିବା ସତ୍ୱେ ଉତ୍ତେଜନାମୂଳନ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳୁ ମନ୍ଦିର କବାଟ ଖୋଲିବା ପରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଜଣେ ୫୨ ବର୍ଷିୟ ମହିଳା ଆହତ ହୋଇଥିବାବେଳେ କିଛି ମିଡିଆକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ଗତକାଲି ସଂଧ୍ୟା ୫ଟା ସମୟରେ ମନ୍ଦିର କବାଟ ଖୋଲିଥିଲା ।

ମନ୍ଦିର ଖୋଲିବାର ୪ଦିନ ପୂର୍ବରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ହିଂସା ସୃଷ୍ଟି ହେବା ଆଶଙ୍କାରେ ୧୪୪ ଧାରା ଜାରି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ପ୍ରାୟ ୨୩ଶହ ସୁରକ୍ଷାକର୍ମୀ ମୂତୟନ ହୋଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦ୍ୱିତୀୟ ଥର ପାଇଁ ମନ୍ଦିର କବାଟ ଖୋଲିଛି । ଆୟପ୍ପାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ମନ୍ଦିର କବାଟ ଖାଲାଯାଇଛି । ସେପଟେ ହଜାର ହଜାର ଭକ୍ତଙ୍କ୍ ସମାଗମ ହେଉଥିବା ଦେଖିବବାକୁ ମିଳିଛି ।