କଡା ସୁରକ୍ଷା ଭିତରେ ଖୋଲିଲା ସାବରିମାଳା ମନ୍ଦିର ! ଭୟରେ ଆସୁନାହାନ୍ତି ମହିଳା, ଦର୍ଶନ କରୁଛନ୍ତି କେବଳ ପୁରୁଷ ଭକ୍ତ ।

105

କନକ ବ୍ୟୁରୋ : ଆଜି ପୁଣି ଥରେ ଖୋଲିଲା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର । ଅପରାହ୍ନ ୫ରୁ ଆସନ୍ତାକାଲି ରାତି ୧୦ଟାଏଁ ମନ୍ଦିର କବାଟ ଖୋଲାରହିବ । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ମନ୍ଦିରରେ କେବେଳ ପୁରୁଷ ଭକ୍ତ ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଗତମାସରେ ଘଟିଥିବା ହିଂସାକାଣ୍ଡ ଯୋଗୁଁ କୌଣସି ମହିଳା ଭକ୍ତ ଏଥର ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସି ନାହାନ୍ତି ।

କେତେକ ସଂଗଠନ ମହିଳା ରିପୋର୍ଟରଙ୍କୁ ଖବର ସଂଗ୍ରହ ପାଇଁ ନ ପଠାଇବାକୁ ଗଣମାଧ୍ୟମକୁ ଅପିଲ କରିଛନ୍ତି । ଯାହାକୁ ଚାରିଆଡେ ସମାଲୋଚନା କରାଯାଇଛି । ଅନ୍ୟପଟେ ଆଜି କେରଳ କଂଗ୍ରେସ ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ଗତମାସରେ ମହିଳା ପ୍ରବେଶ କରିପାରିନଥିଲେ । ବ୍ୟାପକ ବିରୋଧ ପ୍ରଦର୍ଶନ ଓ ହିଂସାତ୍ମକ ପରିସ୍ଥ୍ିତି ସୃଷ୍ଟି ହୋଇଥିଲା । ତେଣୁ ପୂର୍ବପରି ପରିସ୍ଥିତି ଯେମିତି ନଉପୁଜେ ସେଥିପ୍ରତି ଆଗୁଆ ସତର୍କ ରହିଛି ପୁଲିସ । ପ୍ରାୟ ୨୩ଶହ ଫୋର୍ସ ମନ୍ଦିର ଓ ଏହାର ଆଖପାଖ ଅଂଚଳରେ ମୂତୟନ ହୋଇଛନ୍ତି ।