ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନିଷ୍ପତ୍ତିକୁ ବିରୋଧ ! ଶିବସେନା କହିଲା, ମହିଳା ପଶିଲେ ଆତ୍ମହତ୍ୟା କରିବେ ମହିଳା କର୍ମୀ ।

36

କନକ ବ୍ୟୁରୋ : ଦିନକୁ ଦିନ ବଢିଚାଲିଛି ସାବରିମାଲା ମନ୍ଦିର ବିବାଦ । ସାବରିମାଲା ମନ୍ଦିର ମଧ୍ୟକୁ ଯୁବତୀ ପ୍ରବେଶ କଲେ ଶିବସେନାର ମହିଳା କର୍ମୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି । ଆସନ୍ତା ସପ୍ତାହରେ ସାବରିମାଲା ମନ୍ଦିର ଖୋଲାଯିବାର ଅଛି । ମନ୍ଦିର ମଧ୍ୟକୁ ସବୁ ବୟସ ବର୍ଗର ମହିଳା ଯାଇପାରିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହଜାର ହଜାର ସଂଖ୍ୟାର ଆୟାପ୍ପା ଭକ୍ତ ଏହାକୁ ବିରୋଧ କରି କୋଚିରେ ପ୍ରତିବାଦ କରିଛନ୍ତି ।

ଶିବସେନା କେରଳ ୟୁନିଟର ଜଣେ ସଦସ୍ୟ କହିଛନ୍ତି ଆସନ୍ତା ୧୭ ଏବଂ ୧୮ ତାରିଖରେ ମମ୍ବା ନଦୀକୂଳରେ ଶିବସେନାର ସୁଇସାଇଡ ସ୍କ୍ୱାର୍ଡ ଏକତ୍ର ହେବେ । ଏହି ସମୟରେ ଯଦି କୌଣସି ଯୁବତୀ ବା ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ତେବେ ଶିବସେନାର ଏହି ମହିଳାକର୍ମୀମାନେ ଆତ୍ମହତ୍ୟା କରିବେ । ମନ୍ଦିର ଖୋଲାଯିବା ସହ ଦର୍ଶନ ବ୍ୟବସ୍ଥା କିପରି ରହିବ ସେନେଇ ରାଜ୍ୟ ସରକାର ଏକ ବୈଠକ କରିଛନ୍ତି । ଆସନ୍ତା ୧୭ ତାରିଖ ସନ୍ଧ୍ୟାରେ ସାବରିମାଳା ମନ୍ଦିର ମାସିକ ପୂଜା ପାଇଁ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି ।