ସାବରିମାଳାରେ ମହିଳାଙ୍କ ପ୍ରବେଶ ପରେ ଘନଉଛି ବିବାଦ : କେରଳରେ ହିନ୍ଦୁବାଦୀ ସଂଗଠନଙ୍କ ବିରୋଧ ପ୍ରଦର୍ଶନ, ହିଂସାରେ ଜଣେ ମୃତ 

118

ସାବରିମାଳା ମନ୍ଦିରରେ ପ୍ରତିବନ୍ଧକ ଥିବା ବୟସର ଦୁଇ ଜଣ ମହିଳାଙ୍କ ପ୍ରବେଶ କେରଳରେ ବିବାଦ ଆଣିଦେଇଛି । ଏହି ପ୍ରବେଶକୁ ବିରୋଧ କରି ଅନେକ ସଂଗଠନଙ୍କ ରାଜ୍ୟବ୍ୟାପୀ ହରତାଳର ଦମଦାର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତା ଶୂନଶାନ ଓ ବସ୍ ଠପ୍ ହୋଇଯାଇଛି । ବିରୋଧ ପ୍ରଦର୍ଶନ ସମୟରେ ବିଜେପି କାର୍ଯ୍ୟକର୍ତ୍ତା ଏକ ମିଡିଆ ଚ୍ୟାନେଲର କ୍ୟାମେରାପର୍ସନଙ୍କୁ ଟାର୍ଗେଟ କରିଛନ୍ତି । ଏହି ମାମଲାରେ ସେ ଆହତ ହୋଇଯାଇଛନ୍ତି । ମନ୍ଦିରରେ ଦୁଇ ଜଣ ମହିଳାଙ୍କ ପ୍ରବେଶକୁ ବସିରୋଧ ପ୍ରଦର୍ଶନ ବେଳେ ଜଣେ ବ୍ୟକ୍ତି ଆହତ ହୋଇଯାଇଥିଲେ । ଆଜି ସେ ପ୍ରାଣ ହରାଇଛନ୍ତି । ବିଭିନ୍ନ ହିନ୍ଦୁବାଦୀ ସଂଗଠନ ସମୂହ ‘ସାବରିମାଳା କର୍ମ ସମିତି’ ହରତାଳ ଡାକିଛନ୍ତି । ବିଜେପି ମଧ୍ୟ ହରତାଳର ସମର୍ଥନ କରୁଛି । ଯେବେକି କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ୍ କଳା ଦିବସ ପାଳନ କରୁଛି ।

ଗତ ବର୍ଷ ସୁପ୍ରିମକୋର୍ଟ ସାବରିମାଳା ମନ୍ଦିରରେ ସମସ୍ତ ବୟସର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ । ଏହି ଫଇସଲା ପରେ ଏପର୍ଯ୍ୟନ୍ତ ପ୍ରତିବନ୍ଧକ ଥିବା ବୟସର କୌଣସି ବି ମହିଳା ମନ୍ଦିରରେ ଅୟପ୍ପାଙ୍କ ଦର୍ଶନ କରିପାରିନଥିଲେ । ବୁଧବାର ଦିନ କନକଦୁର୍ଗା ଓ ବିନ୍ଦୁ ଦାବି କରିଥିଲେ କି ଅୟପ୍ପାଙ୍କ ଦର୍ଶନ କରିବାରେ ସଫଳ ହେଲେ । ଏହି ଖବର ପରେ ରାଜ୍ୟରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି ।