ପାକିସ୍ତାନ ବିପକ୍ଷରେ ଭାରତର କୂଟନୈତିକ ବିଜୟ : ସାର୍କ ସମ୍ମିଳନୀରୁ ଭାରତ ଓହରିବା ପରେ ସାମିଲ ହେବେନି ଭୁଟାନ, ବାଂଲାଦେଶ ଓ ଆଫଗାନିସ୍ତାନ

30

କନକ ବ୍ୟୁରୋ : ପାକିସ୍ତାନ ବିପକ୍ଷରେ ଭାରତର କୂଟନୈତିକ ବିଜୟ । ପାକିସ୍ତାନର ଇସଲାମାବାଦରେ ହେବାକୁ ଥିବା ସାର୍କ ସମ୍ମିଳନୀରୁ ଭାରତ ଓହରିଯିବା ପରେ ଭାରତର ଖୋଲା ସମର୍ଥନରେ ବାହାରିଛନ୍ତି ଅନ୍ୟ ଦକ୍ଷୀଣ ଏସିୟ ରାଷ୍ଟ୍ର। ଫଳରେ ସାର୍କ ସମ୍ମିଳନୀ ରଦ୍ଦ ହେବା ନେଇ ସୂଚନା ମିଳୁଛି ।

ଦୁଇ ଦିନ ପରେ ଏନେଇ ଚୂଡାନ୍ତ ଘୋଷଣା ହେବାକୁ ଥିଲେ ମଧ୍ୟ ଏକ ଜାତୀୟ ଗଣମାଧ୍ୟମକୁ ନେପାଳର ଜଣେ କୂଟନୈତିକ ଅଧିକାରୀ ସାର୍କ ସମ୍ମିଳନୀ ରଦ୍ଦ ହେବା ନିଶ୍ଚିତ ବୋଲି ସୂଚନା ଦେଇଛନ୍ତି । ଫଳରେ ଉରି ଆକ୍ରମଣ ପରେ ଦକ୍ଷିଣ ଏସିଆରେ ପାକିସ୍ତାନ ଏକ ପ୍ରକାର ଏକଘରକିଆ ହୋଇଯାଇଛି।