ଆମେରିକାର ବିରୋଧ ସତ୍ୱେ ଋଷ ସହ ଅସ୍ତ୍ରଶସ୍ତ୍ର ଡିଲ୍ ! ହଜାର ହଜାର କୋଟିର ମିଶାଇଲ୍ ସାହାଯ୍ୟ ଦେବାପାଇଁ ଭାରତ ଆସୁଛନ୍ତି ପୁଟିନ୍

42

କନକ ବ୍ୟୁରୋ : ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି । ଭ୍ଲାଦିମିର୍ ପୁଟିନ୍ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ଆସନ୍ତା ୪ ଅକ୍ଟୋବରରେ ସେ ଭାରତ ପହଞ୍ଚିବେ । ଆଉ ଏହି ସମୟରେ ଭାରତ ଓ ଋଷ ମଧ୍ୟରେ ୩୯ କୋଟି ଟଙ୍କାର ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମର ଡିଲ ହେବ ।
ଏହି ଡିଲ୍ ଅନୁସାରେ ଭାରତକୁ ପାଂଚ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ମିଳିବ । ଏଥିପାଇଁ ଋଷ ସହ ୩୯ ହଜାର କୋଟି ଟଙ୍କାର ଏକ ଡିଲରେ ଦସ୍ତଖତ କରିବ ଭାରତ । ରକ୍ଷା ମନ୍ତ୍ରାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାର୍ତ୍ତା ସମୟରେ ଏହି ହସ୍ତାକ୍ଷର ସ୍ୱାକ୍ଷର ହେବ । ଉଭୟ ରାଷ୍ଟ୍ରର ଅଧ୍ୟକ୍ଷ ବୈଠକ ସମୟରେ ଦୁଇ ଦେଶ ମଧ୍ୟରେ ସାମରିକ ମୁଦ୍ଦା ବ୍ୟତୀତ ବୈଷୟିକ ଓ ଆଂଚଳିକ ମୁଦ୍ଦା ଉପରେ ମଧ୍ୟ ଆଲୋଚନା କରିବେ । ଏହି ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିବେ ପୁତିନ୍ ।

ଭାରତ ଓ ଋଷ ମଧ୍ୟରେ ଏହା ୧୯ ତମ ବାର୍ଷିକ ବୈଠକ, ଯାହା ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଅଛି । ଆମେରିକା ପକ୍ଷରୁ ଅନେକ ପ୍ରତିବନ୍ଧକ ଥିଲେ ମଧ୍ୟ ଉଭୟ ଦେଶ ମଧ୍ୟରେ ଏସ୍ ୪୦୦ ମିସାଇଲ ସିଷ୍ଟମ ଉପରେ ଏହି ଡିଲ୍ ହେବାକୁ ଯାଉଅଛି । ସୂଚନାଯୋଗ୍ୟ ଋଷ ସହ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ସମ୍ପର୍କିତ ଡିଲ ନକରିବା ପାଇଁ ଚେତାବନୀ ଦେଇଛି ଆମେରିକା । ଏସବୁ ସତ୍ୱେ ଭାରତ ନିଜର ପୁରଣା ସହଯୋଗୀ ଦେଶ ସହ ଏହି ଡିଲ୍ କରିବା ପାଇଁଯାଉଛି ।

ତେବେ ଋଷ ସହ ଏହି ଡିଲ ପରେ ଆମେରିକା ସହ ଭାରତର ସମ୍ପର୍କ କ’ଣ ରହିବ ବୋଲି ପ୍ରଶ୍ନ ଉଠୁଛି । ତେବେ ରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ପୂର୍ବରୁ ହିଁ ଆମେ ଏନେଇ ନିଜର ପକ୍ଷ ରଖିସାରିଛୁ । ସୂଚନା ଅନୁସାରେ ଭାରତ ଓ ଋଷ ମଧ୍ୟରେ ମିଶାଇଲ୍ ସିଷ୍ଟମର ଡିଲ୍ର ଘୋଷଣା ୫ ଅକ୍ଟୋବର ଦିନ ହେବାର ସମ୍ଭାବନା ରହିଛି ।