୭ ବର୍ଷ ବୟସରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ରିଆନ । ଜାଣନ୍ତୁ କେମିତି?

310

ବୟସ ମାତ୍ର ୭ । କିନ୍ତୁ ରୋଜଗାର କୋଟି କୋଟି ଟଙ୍କା । ଖେଳକୁଦ ବୟସରେ କୋଟିପତି ତାଲିକାରେ ନିଜକୁ ସାମିଲ କରିଛନ୍ତି ଏହି ୭ ବର୍ଷର ଝିଅ । ଆଉ ସବୁଠୁ ବଡ କଥା ହେଲା, ଏହି ଝିଅର ନାମକୁ ଏବେ ଫୋର୍ବସ ମାଗାଜିନ ମଧ୍ୟ ନିଜ ତାଲିକାରେ ସାମିଲ କରିଛି । ଏହି ଝିଅର ନାମ ହେଉଛି ରିଆନ । ଆମେରିକାରେ ରହୁଥିବା ରୟନ କେବଳ ଖେଳନାର ସମୀକ୍ଷା କରି ଏହାକୁ ୟୁଟ୍ୟୁବରେ ପୋଷ୍ଟ କରିଥାନ୍ତି ।

ରିଆନ ଟୟଜ ରିଭ୍ୟୁ ନାମକ ୟୁଟ୍ୟୁବ ଚ୍ୟାନେଲ କରି ଏହି ଝିଅ ୧୦୦ କୋଟିରୁ ଅଧିକ ଟଙ୍କା ଆୟ କରିସାରିଲେଣି ।ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରିବା ମାତ୍ରେ ବହୁ ସଂଖ୍ୟାରେ ପିଲାମାନେ ଓ ଅଭିଭାବକମାନେ ଏହାକୁ ଦେଖିଥାନ୍ତି । ଯାହାଫଳରେ ୟୁଟ୍ୟୁବର ଲାଭ ହେବା ସହ ରିଆନଙ୍କୁ ଏଥିପାଇଁ ୟୁଟ୍ୟୁବ ପଇସା ଦେଇଥାଏ ।

ରିଆନ ଯେଉଁ ରିଭ୍ୟୁ କରିଥାନ୍ତି ସେଥିରେ ଦୁଇଟି କଥାକୁ ଗୁରୁତ୍ୱ ଦେଇଥାନ୍ତି। ପ୍ରଥମତଃ ପିଲାମାନେ କିଭଳି ଖେଳିବା ଉଚିତ ଓ ଦ୍ବିତୀୟତଃ ଅଭିଭାବକମାନେ କିଭଳି ପିଲାଙ୍କୁ ଏହି ଖେଳନା ବ୍ୟବହାର କରିବାକୁ ଦେବେ ସେ ବିଷୟରେ କହିଥାନ୍ତି । ଗତବର୍ଷ ୟୁଟ୍ୟୁବରୁ ଆୟ ତାଲିକାରେ ଏହି ଝିଅ ୮ ନମ୍ବର ସ୍ଥାନରେ ଥିବାବେଳେ ଏଥର ପ୍ରଥମ ସ୍ଥାନରେ ପହଁଚିଯାଇଛନ୍ତି ।