ସେଲଫି ପାଇଁ ଜୀବନ ଲାଗୁଛି ବାଜି : ଚର୍ଚ୍ଚାରେ ରୁଷିଆର ଆଂଜେଲା ନିକୋଲା

48

source-https://photogrist.com/w

ଏବେ ଚାରିଆଡେ ସେଲଫିର ମାନିଆ। ସେଲଫି ସହ ସୋସିଆଲ ମିଡିଆରେ ରାଜ କରିବାର ପ୍ରବଳ ଆଗ୍ରହ ସମସ୍ତଙ୍କର । ଏକ ବିଂଶ ଶତାଦ୍ଦୀରେ ଏହା ଏକ ଟ୍ରେଣ୍ଡ ହୋଇଗଲାଣି। ପ୍ରତ୍ୟେକ ଆଜି ଅନଲାଇନରେ ବ୍ୟସ୍ତ । ଆମେରିକା ରାଷ୍ଟ୍ରପତି ବାରାକ ଓବାମଙ୍କ ଠାରୁ ପପ୍ ଷ୍ଟାର ଟେଲର ସ୍ୱିଫ୍ଟ । ନିଜର ସେଲଫି ଉଠାଇ ଅନଲାଇନରେ ପୋଷ୍ଟ କରିବା ପାଇଁ ଯେମିତି ଚାଲିଛି ପ୍ରତିଯୋଗୀତା ।

source-google

ରୁଷିଆନ୍ ମହିଳା ଆଂଜେଲା ନିକୋଲା । ବିପଦପୂର୍ଣ୍ଣ ସେଲଫି ଫଟୋ ଉଠାଇବାରେ ସମସ୍ତଙ୍କ ଠାରୁ ବହୁତ ଆଗରେ । ଏହି ମହିଳା ଜଣକ ବିପଦପୂର୍ଣ୍ଣ ସେଲଫି ଉଠାଇବାରେ ମାହିର । ରୁଷିଆର ଇନଷ୍ଟାଗ୍ରାମ ଷ୍ଟାରର ମାନ୍ୟତା ପାଇଛନ୍ତି ଆଂଜେଲା ନିକୋଲା । ଗତ ସୋମବାର ଏକ ଡେୟାରଡେଭିଲ ସେଲଫି ଭିଡିଓ ୟୁଟୁବରେ ପୋଷ୍ଟ କରିଛନ୍ତି । ଚାଇନାର ଟିଆଂଜିନରେ ୨୦୦୦ଫୁଟର ବିଶ୍ୱର ଉଚ୍ଚତମ କନଷ୍ଟ୍ରକସନ ସାଇଟରେ ଚଢି ଉଠାଇଛନ୍ତି ସେଲଫି । ଯାହାକୁ ଦେଖି ସାରା ଦୁନିଆ ତାଜୁବ୍ ହୋଇଯାଇଛି ।

source-google

ସୋସିଆଲରେ ଆଂଜେଲା ନିକୋଲାଙ୍କ ସେଲଫିକୁ ଲାଇକ କରିବା ସଂଖ୍ୟା ୧ ଲକ୍ଷ ୫୬ ହଜାରରେ ପହଂଚିଛି। ହେଲେ ତାଙ୍କୁ ଏଭଳି ଦୁଃସାହସ ଜାର୍ଯ୍ୟ ପାଇଁ ତାରିଫ୍ ବଦଳରେ ବାରଣ କରାଯାଇଛି। କାରଣ ଏହା ସମାଜରେ ଅନ୍ୟମାନଙ୍କୁ ପ୍ରବର୍ତ୍ତେଇବ ଓ ଖରାପ ପ୍ରଭାବ ପକାଇବ ।

ରୁଷିଆରେ ନିଜର ସ୍ମାର୍ଟ ଫୋନରେ ବିପଦପୂର୍ଣ୍ଣ ସେଲଫି ଉଠାଇବା ଏକ ସଉକ ସାଜିଛି । ସେଠାର ସରକାର ବିପଦପୂର୍ଣ୍ଣ ସ୍ଥାନରେ ସେଲଫିର ଭୟାବହତା ବିଷୟରେ ସଚେତନ ପାଇଁ ଏକ ପବ୍ଲିକ କ୍ୟାଂପନ ସେବା ଆରମ୍ଭ କରିଛନ୍ତି ।