ରାତ୍ରିଭୋଜନରେ ରୁଷ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ମୋଦି : ଆଜି ସ୍ୱାକ୍ଷରିତ ହୋଇପାରେ ଏସ-୪୦୦ ପ୍ରତିରକ୍ଷା ବାୟୁ କ୍ଷେପଣାସ୍ତ୍ର ଚୁକ୍ତି

28

କନକ ବ୍ୟୁରୋ : ଭାରତଗସ୍ତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ । ଆଉ ଏହି ଗସ୍ତ ଉପରେ ଆମେରିକା ସମେତ ସାରା ବିଶ୍ୱର ନଜର ରହିଛି । କାରଣ ଗସ୍ତ ସମୟରେ ହିଁ ଭାରତକୁ ଏସ୍ ୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ ବିକ୍ରି ନେଇ ଚୂଡ଼ାନ୍ତ ହେବ । ଏହି ମିସାଇଲ୍ ସିଷ୍ଟମ୍ ଭାରତ ହାସଲ୍ କରି ବିଶ୍ୱର ଅନ୍ୟତମ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ପରିଗଣିତ ହେବାକୁ ଥିବା ବେଳେ ଭାରତ-ରୁଷ୍ ମଜବୁତ ସମ୍ପର୍କର ଆଉ ଏକ ଉଦାହରଣ ଦେଖିବ ବିଶ୍ୱ ।

ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏସ୍ ୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ବାଜିବ ଆଉ ବିଶ୍ୱର ଅନ୍ୟତମ ଶକ୍ତିସମ୍ପନ୍ନ ରାଷ୍ଟ୍ରର ମାନ୍ୟତା ପାଇବ ଭାରତ । ପାଖାପାଖି ୫ ବିଲିଅନ୍ ଡଲାର୍ ବିନିମୟରେ ଭାରତ ଏହି ରୁଷୀୟ ମିସାଇଲ ନିରୋଧୀ ବ୍ୟବସ୍ଥା କିଣୁଥିବା ବେଳେ ପୂର୍ବରୁ ଆମେରିକା ମଧ୍ୟ ଏନେଇ ଅସନ୍ତୋଷ ଜାହିର କରିସାରିଛି । ତେବେ ଏସ୍ ୪୦୦ ମିସାଇଲ୍ ଭାରତର ଶକ୍ତିବୃଦ୍ଧି କରିବ ଏହା ସୁନିଶ୍ଚିତ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ।

ଏସ୍ ୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ବାଜିବା ପରେ ଭାରତ ୨୪ ମାସ ମଧ୍ୟରେ ଏହି ବ୍ୟବସ୍ଥା ହାସଲ୍ କରିବ । ପୂର୍ବରୁ ୨୦୧୪ ମସିହାରେ ଚୀନ ରୁଷ୍ ପାଖରୁ ଏସ୍ ୪୦୦ ମିସାଇଲ୍ ସିଷ୍ଟମ୍ କ୍ରୟ କରିସାରିଛି । ଏସ୍ ୩୦୦ ସିଷ୍ଟମ୍ର ଉନ୍ନତ ସଂସ୍କରଣ ଭାବେ ରୁଷ୍ ଏସ୍ ୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ ନିର୍ମାଣ କରିଥିବା ବେଳେ ଆଗକୁ ଏହି ବ୍ୟବସ୍ଥା ହାସଲ୍ କରି ଦକ୍ଷିଣ ଏସିଆର ପ୍ରମୁଖ ଶକ୍ତିଭାବେ ନିଜ ଉପସ୍ଥିତି ଜାହିର୍ କରିବ । ପୁତିନଙ୍କ ଭାରତଗସ୍ତ ବେଳେ ଚୂଡ଼ାନ୍ତ ହେବ ଏହି ଡିଲ୍ । ପାକିସ୍ତାନ ଓ ଚୀନ ଭାରତପାଇଁ ଆହ୍ୱାନ ସୃଷ୍ଟି କରୁଥିବାରୁ ଏଥିସହ ଭାରତ ହେବ ଶକ୍ତିଶାଳୀ ।

ଏସ୍ ୪୦୦କୁ ରୁଷ୍ର ସବୁଠୁ ଶକ୍ତିଶାଳୀ ଓ ଦୁରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପକାରୀ ମିସାଇଲ୍ ବ୍ୟବସ୍ଥା କୁହାଯାଏ । ରୁଷ୍ ରାଷ୍ଟ୍ରପତି ପୁତିନ୍ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଚୂଡ଼ାନ୍ତ ଆଲୋଚନା ପରେ ସେନାକୁ ଏହା ମିଳିବାର ପଥ ପରିଷ୍କାର ହେବ ଓ ଭାରତ ହେବ ଏସିଆର ସୁପର ପାୱାର୍ ।