ଭାରତକୁ ରୁଷ ଠାରୁ ଚଳିତ ବର୍ଷ ମିଳିପାରେ ୪୮ହେଲିକପ୍ଟର ! ୪ ବର୍ଷ ପୂର୍ବରୁ ହୋଇଥିଲା ଚୁକ୍ତି

37

ରୁଷ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତକୁ ୪୮ଟି ଏମଆଇ-୧୭ ହେଲିକପ୍ଟର ଦେଇପାରେ । ଏଥିପାଇଁ ଭାରତ ଓ ରୁଷ ମଧ୍ୟରେ ଲଗାତାର ଆଲୋଚନା ଜାରି ରହିଛି। ହେଲିକପ୍ଟର କିଣାକୁ ନେଇ ଦୁଇ ଦେଶ ମଧ୍ୟରେ ୨୦୧୨-୧୩ରେ ଚୁକ୍ତି ହୋଇଥିଲା । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ଏହ ହେଲିକପ୍ଟରର ବ୍ୟବହାର ସୈନ୍ୟ ପରିବହନ ପାଇଁ କରାଯାଇଥାଏ । ରୁଷର ଉଚ୍ଚପଦସ୍ଥ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ନ୍ୟୁଜ୍ ଏଜେନ୍ସି ମୁତାବକ ରୁଷ ଯୁଦ୍ଧାସ୍ତ୍ର ଯୋଗାଣକାରୀ ଏକ ସଂସ୍ଥାର ସିଇଓ ଆକେକଜାଣ୍ଡାର କହିଛନ୍ତି ଭାରତ ନିକଟରେ ବର୍ତ୍ତମାନ ସମୟରେ ଏମଆଇ-୮ ଓ ଏମଆଇ-୧୭ର ୩୦୦ ହେଲିକପ୍ଟର ରହିଛି । ଭାରତରେ ଏହି ହେଲିକପ୍ଟରକୁ ପେଟ୍ରୋଲିଂ, ସନ୍ଧାନ-ଉଦ୍ଧାରକାର୍ଯ୍ୟ ଓ ସୈନ୍ୟ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ । ଭାରତ ନିଜ ଆବଶ୍ୟକତାକୁ ବେଶ ଭଲ ଭାବେ ଜାଣେ ।

ଆଲେକଜାଣ୍ଡାରଙ୍କ କହିବା ଅନୁସାରେ ରୁଷ ସହ ୪୮ ଏମଆଇ-୧୭ଭି-୫ ହେଲିକପ୍ଟର ପାଇଁ କଥାବାର୍ତ୍ତା ଚାଲିଛି । ଆଶା କରାଯାଉଛି ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଏହି ଚୁକ୍ତି ହୋଇଯିବ । ସୂଚନାଯୋଗ୍ୟ ବିଗତ ବର୍ଷ ରୁଷ ଓ ଭାରତର ଏକ ପୁରୁଣା ଚୁକ୍ତି ଅନୁସାରେ ୩ ଏମଆଇ-୧୭ଭି-୫ ହେଲିକପ୍ଟର ଯୋଗାଇଥିଲା । ଏମଆଇ-୧୭ଭି-୫କୁ ଦୁନିଆର ସବୁଠାରୁ ଭଲ ହେଲିକପ୍ଟର ମଧ୍ୟର ଗଣାଯାଏ । ୨୦୦୮ରେ ମଧ୍ୟ ରୁଷ ଭାରତକୁ ୮୦ଏମଆଇ-୧୭୫-ଚ ହେଲିକପ୍ଟର ଯୋଗାଇବା ପାଇଁ ଚୁକ୍ତି କରିଥିଲା, ଯାହା ୨୦୧୧-୧୩ରେ ପୂରଣ ହୋଇଥିଲା ।