ବାର୍ ବୟ ପ୍ରେମରେ ଗହମଗୋରୀ ! ଶ୍ରମିକ ପୁଅକୁ ବାହାହେଲେ ଋଷିଆ ଯୁବତୀ

101

ବିଶ୍ୱର ଅନେକ ପ୍ରେମ କାହାଣୀ ଭିତରେ ପି.କେ ମହାନନ୍ଦିଆଙ୍କ କାହାଣୀ ଆପଣ ଶୁଣିଥିବେ । ଯିଏ ନିଜ ପ୍ରେମକୁ ପାଇବାକୁ ୮ଟି ଦେଶ ଡେଇଁ ସାଇକେଲରେ ପହଂଚି ଯାଇଥିଲେ ୟୁରୋପରେ । ଆଠମଲ୍ଲିକର ଜଣେ ଗରିବ ଓଡିଆ ଚିତ୍ରଶିଳ୍ପୀଙ୍କୁ ସ୍ୱିଡେନର ରାଜକୁମାରୀ ମଧ୍ୟ ବିବାହ କରିଥିଲେ ।

ତେବେ ଏଭଳି ଚର୍ଚ୍ଚିତ ପ୍ରେମ କାହାଣୀ ତାଲିକାରେ ଏବେ ଯୋଡି ହୋଇଛି ବୁନ୍ଦେଲଖଣ୍ଡର ନରେନ୍ଦ୍ରଙ୍କ ନାଁ । ଯାହାଙ୍କୁ ବିବାହ କରିବାକୁ ଦରିଆ ସେପାରିରୁ ଚାଲି ଆସିଛନ୍ତି ଋଷର ଜରେ ଯୁବତୀ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ , ଋଷର ଏହି ଯୁବତୀ ଜଣକ ସରକାରୀ ଅଫିସର୍ ଭାବେ କାର୍ଯ୍ୟରତ ।

କିଛି ମାସ ତଳେ ଋଷର ଭିନିରୋବା ଆସିଥିଲେ ଭାରତ ବୁଲିବାକୁ । ଆଉ ଗୋଆରେ ମଉଜ କରିବା ବେଳେ ବାର୍ ବୟ ନରେନ୍ଦ୍ରଙ୍କ ପ୍ରେମରେ ପଡି ଯାଇଥିଲେ । ନରେନ୍ଦ୍ର ଭାବିଥିଲେ ଏହା ଥିଲା ଭିନିରୋବାଙ୍କ କ୍ଷଣକ ଆକର୍ଷଣ । ହୁଏତ ନିଜ ଦେଶ ଫେରିବା ପରେ ଭୂଲିଯିବେ ଚାରିଦିନିଆ ଏହି ପ୍ରେମକୁ । କେମିତି ବା ଭାବିବେନି । କଣ ଅଛି ତାଙ୍କର । ପରିଚୟ କହିଲେ , ଦିନ ମଜୁରିଆଙ୍କ ପୁଅ । ନା ଅଛି ଶିକ୍ଷାଗତ ଯୋଗ୍ୟତା ନା ଅଛି ମୋଟା ଦରମାର ଚାକିରୀ । କେଉଁଥିରେ ବି ସେ ସରି ନୁହଁନ୍ତି ସୁନ୍ଦରୀ ଭିନିରୋବାଙ୍କ ସହ । ପ୍ରେମକୁ ପାହାନ୍ତି ସ୍ୱପ୍ନ ଭାବି ଭୂଲି ଯିବାକୁ ବସିଥିଲେ ନରେନ୍ଦ୍ର ।

ହେଲେ ତିନି ବର୍ଷ ପରେ ନରେନ୍ଦ୍ରଙ୍କୁ ସରପ୍ରାଇଜ୍ ଦେଇଥିଲେ ଭିନିରୋବା । ପହଂଚି ଯାଇଥିଲେ ନିଜ ଶାଶ୍ୱତ ପ୍ରେମର ଠିକଣା ପାଖରେ । ଆଉ ନରେନ୍ଦ୍ରଙ୍କୁ ଦେଇଥିଲେ ବିବାହର ପ୍ରସ୍ତାବ । ଭାରତରେ ହୋଇଥିଲା ବିବାହ । ଏବେ ଯୋଜନା ଭିନିରୋବା ନିଜ ସ୍ୱାମୀ ନରେନ୍ଦ୍ରଙ୍କୁ ନେଇ ଚାଲିଯିବେ ନିଜ ଦେଶକୁ । ଯେଉଁଠି ସେମାନେ ବସାଇବେ ନିଜ ସ୍ୱପ୍ନର ସଂସାର ।