ଖଣ୍ଡଗିରିରେ ଯାତ୍ରାର ମହାସମର : ରଂଗବତୀ ଗୀତରେ ବିଦେଶୀ ଡ୍ୟାନ୍ସରଙ୍କ ଜଲୱା, ଦେଶୀ ମଂଚକୁ ଦୋହଲାଇଲେ ରୁଷୀୟ ଡ୍ୟାନ୍ସର

181

କନକ ବ୍ୟୁରୋ : ରଂଗବତୀ ଗୀତରେ ବିଦେଶୀଙ୍କ ଡ୍ୟାନ୍ସରଙ୍କ ଜଲୱା । ଦେଶୀ ମଂଚକୁ ଦୋହଲାଇଲେ ରୁଷୀୟ ଡ୍ୟାନ୍ସର । ଦେଶୀ ଗୀତର ତାଳେ ତାଳେ ବିଦେଶୀ ଠୁମକାକୁ ଦେଖିବା ପାଇଁ ସଚିଦାନନ୍ଦ ଗଣନାଟ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ ଭିଡ । ଲାଇଟ ସାଉଣ୍ଡ ଓ ମ୍ୟୁଜିକ ଭିତରେ ଖଣ୍ଡଗିରିରେ ଚାଲିଛି ଯାତ୍ରାର ମହାସମର । ୭ଟି ଯାତ୍ରା ପାର୍ଟି ଭିତରେ ଚାଲିଛି କଡା ଟକ୍କର, କିନ୍ତୁ ଯାତ୍ରା ମହାବଳ ସଂଜୟ ଭୋଳଙ୍କୁ ନାଟକରେ ଦେଖିବାକୁ ଲୋକଙ୍କ ସୁଅ ଛୁଟୁଛି । ଲୋକଙ୍କ ମନୋରଜଂନ ପାଇଁ ସଚିଦାନନ୍ଦରେ ବ୍ୟବସ୍ଥା ହୋଇଛି ପୁରା ଫୁଲ ଏଟଂରଟେନମେଂଟ । ରୁଷୀୟ ଡ୍ୟାନ୍ସରଙ୍କ ଦେଶୀ ନାଚ ସହିତ ବନ୍ଦେ ଉକ୍ତଳ ଜନନୀ ଗୀତରେ ବି ବେଶ କମାଲ୍ ଦେଖେଇଛନ୍ତି ରୁଷୀୟ ଗାର୍ଲ । ଦେଶୀ ଭାଷା ବୁଝି ନପାରିଲେ ବି ଗୀତର ସୁରକୁ ବେଶ ବୁଝିଛନ୍ତି ସେମାନେ । ସେଥିପାଇଁ ତ ଅତି ସହଜରେ ଚମତ୍କାର ନୂତ୍ୟ ପରିବେଶଣ କରିପାରୁଛନ୍ତି ।

ସେପଟେ ପୁଣି ଥରେ ଆଇଟମ କୁଇନ ରାନୀଙ୍କର ଛତିଶଗଡୀ ଠୁମକା ଦେଖିଛନ୍ତି ଯାତ୍ରା ପ୍ରେମୀ । ଛତିଶଗଡ ଠୁମକା ଖାଲି ନୁହଁ ରାନି କିନ୍ତୁ ଏଥର ମଚଂ ତଳକୁ ଓହ୍ଲାଇ ଆସିଥିଲେ । ଡ୍ୟାନ୍ସ କରୁ କରୁ ଜଣେ ଯୁବକକୁ କିସ୍ ଦେଇଥିବାର ଦୃଶ୍ୟ ବି ସାମନାକୁ ଆସିଛି । ହଟ ହଟ ଡ୍ୟାନ୍ସ ମାରୁ ମାରୁ ରାନିଙ୍କୁ ଅତି ପାଖରୁ ଦେଖିବା ପରେ ଦର୍ଶକ ମାନେ ବି ନିଜ ମୋବାଇଲରେ ଚିତ୍ର ଉତ୍ତୋଳନ କରିଥିଲେ । ମେଲୋଡି ସରିବା ପରେ ପରେ ଆରମ୍ଭ ହୋଇଥିଲା ନାଟକ ମଝିଆଁ ପୁଅ କାହାର ନୁହଁ । ପାରିବାରିକ ଘଟଣା ଉପରେ ଆଧାରିତ ନାଟକରେ ସଂଜୟ ନେଗେଟିଭ ଚରିତ୍ରରେ ନଜର ଆସୁଛନ୍ତି ।

Comments are closed.