ଋଷ ପର୍ଯ୍ୟଟକଙ୍କୁ ଦିଲ୍ଲୀ ସ୍ଥିତ ଋଷୀୟ ଦୂତାବାସକୁ ପଠାଇଲା ପର୍ଯ୍ୟଟନ ବିଭାଗ । ପୁରୀ ସିଂହଦ୍ୱାର ସମ୍ମୁଖରେ ଶୈବଭକ୍ତ ହୋଇ ମାଗୁଥିଲେ ଭିକ୍ଷା

29

କନକ ବ୍ୟୁରୋ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବିଦେଶୀ ପର୍ଯ୍ୟଟକ ଭିକ୍ଷାବୃତି ଘଟଣା । ଶୈବଭକ୍ତ ବୋଲି କହୁଥିବା ଋଷ ପର୍ଯ୍ୟଟକଙ୍କୁ ଦିଲ୍ଲୀ ସ୍ଥିତ ଋଷିୟ ଦୁତାବାସକୁ ପଠାଇଛି ପର୍ଯ୍ୟଟନ ବିଭାଗ । ବିଦେଶୀ ପର୍ଯ୍ୟଟକ ଗ୍ଲାବେଲସ ଆନ୍ଦେରିଙ୍କୁ ଆଜି ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ପଠାଯାଇଛି । ଦିଲ୍ଲୀ ଯିବା ସମୟରେ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ବିଭାଗ ପକ୍ଷରୁ  କିଛି ଆର୍ଥିକ ସହାୟତା ଦିଆଯାଇଛି । ଶୈବଭକ୍ତ କହୁଥିବା ବିଦେଶୀ ପର୍ଯ୍ୟଟକ ଭାରତରେ ରହିବା ପାଇଁ ଚାହୁଁଥିବା କହିଛନ୍ତି । ସେ ଭାରତର ଶରଣାର୍ଥୀ ଭାବରେ ରହିବା ପାଇଁ ଆସନ୍ତା ୮ତାରିଖରେ ଆବେଦନ କରିବେ ବୋଲି ଜଣାପଡିଛି । ଏହାପୂର୍ବରୁ ଦିଲ୍ଲୀ ସ୍ଥିତି ଋଷ ଦୂତାବାସରେ ରାଷ୍ଟ୍ରଦୂତଙ୍କ ସହ  ସାକ୍ଷାତ କରିବେ ।

ଗତ କିଛିଦିନ ଧରି ଧରି ପୁରୀର ବିଭିନ୍ନ ଗଳିରେ ବୁଲୁଥିଲେ ଏହି ବିଦେଶୀ ଭିକ୍ଷୁକ । ଏହି ବିଦେଶୀ ଭିକାରାଙ୍କୁ ଦେଖି ଅନେକଙ୍କ ମନକୁ ଆସୁଥିଲା ଅସୁମାରୀ ପ୍ରଶ୍ନ । ତେବେ କିଏ ଏହି ଭିକାରୀ ? ପୁରୀ ଗଳିରେ କାହିଁକି ମାଗୁଛନ୍ତି ଭିକ ? ତାଙ୍କର ଏହି ଅଜବ ଷ୍ଟାଇଲ ଦେଖି ଲୋକେ ତାଜୁବ । ତା ସହ ଭଗବାନଙ୍କ ଫଟୋ ଥିବା ଗୋଟିଏ ବାକ୍ସ ରହିଛି, ଯେଉଁଠି ଯିବା ଆସିବା କରୁଥିବା ଲୋକମାନେ ଟଙ୍କା ପକାଇଦେଉଥିଲେ ।

ଏଭଳି ବିରଳ ଦୃଶ୍ୟ ଦେଖି ତାଙ୍କୁ ଜଣେ ପଚାରିଥିଲେ, “ଆପଣ କାହିଁକି ଭିକ ମାଗୁଛନ୍ତି?” ଏ ପ୍ରଶ୍ନରେ ସେ ଯେଉଁ ଉତ୍ତର ଦେଇଥିଲେ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ । ମୁଁ ଭାରତକୁ ଭଲ ପାଏ ସେଥିପାଇଁ ଏଠାକୁ ଆସିଛି । ସେ ରାଧେ ଗୋବିନ୍ଦ ଓ ଋଷିଆରୁ ଆସିଥିବା କହିଛନ୍ତି । ତା ସହ ସେ ଭିକ ମାଗୁନଥିବା ସ୍ପଷ୍ଟ ଭାବରେ କହିଛନ୍ତି । ପ୍ରତିଦିନ ଚଳିବା ପାଇଁ ମୋର ଟଙ୍କା ଦରକାର । ମୁଁ ଭଜନ ଗାଉଛି ଓ ଲୋକମାନେ ମତେ ଟଙ୍କା ଦେଉଛନ୍ତି । ଏବଂ ବାକ୍ସକୁ ଦେଖାଇ ଏହା ତାଙ୍କ ଦାନ ବାକ୍ସ ବୋଲି କହିଥିଲେ । ମୋର କୌଣସି ଅସୁବିଧା ହେଉନାହିଁ । ମୁଁ ରେଲୱେ ଷ୍ଟେସନ ନିକଟରେ ରହୁଛି ଓ ରାତିରେ ସେଠାରେ ଶୋଇପଡୁଥିବା ଅତି ଆନନ୍ଦର ସହ କହିଥିଲେ ।

ତାଙ୍କ ପାଖରେ ଏକ ୟୁନାଇଟେଡ ନେସନ ଦୂତାବାସର ଏକ ଚିଠି ମଧ୍ୟ ରହିଥିଲା ଯେଉଁଥିରେ ସେ ଋଷର ନାଗରିକ ବୋଲି ଉଲ୍ଲେଖ କରାଯାଇଛି । ତାଙ୍କର ବୟସ ୪୩। ତାଙ୍କ ନାଁ ଆଣ୍ଡ୍ରି ଗ୍ଲାଗୋଲେଭ । ସେ ଯୁକ୍ତରାଷ୍ଟ୍ର ଆମେରିକାର ଶରଣାର୍ଥୀ ପାଇଁ ଆବେଦନ କରିଥିବା ମଧ୍ୟ ପ୍ରମାଣ ରହିଛି ଯାହା ୫ ଡିସେମ୍ବର ପର୍ୟ୍ୟନ୍ତ ବୈଧ ଥିଲା । ତାଙ୍କ ପାଖରେ ଏକ ବୈଧ ରଷିଆନ ପାସ୍ପୋର୍ଟ ମଧ୍ୟ ରହିଛି । କିନ୍ତୁ ସେ ଋଷିଆ ଯିବାକୁ ଚାହୁଁନଥିବା କହିଛନ୍ତି ତାର କାରଣ କାରଣ ହେଲା ସେଠାରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।