ମୁକାବିଲା କରିବ ମିଗ୍ ! ଅତ୍ୟାଧୁନିକ ଲଢୁଆ ବିମାନ କିଣିବା ପାଇଁ ଋଷ ସହ ଆରମ୍ଭ ହେଲା ଆଲୋଚନା

78

କନକ ବ୍ୟୁରୋ : ଡୋକଲାମ ସୀମାରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଭିତରେ ଆଗକୁ ଆସିଲା ଋଷିଆ । ଭାରତକୁ ଅତ୍ୟାଧୁନିକ ମିଗ୍ ବିିମାନ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି ଋଷ । ଦୀର୍ଘ ୫୦ ବର୍ଷ ହେଲା ମିଗ୍ ଶ୍ରେଣୀର ଯୁଦ୍ଧ ବିମାନ ବ୍ୟବହାର କରିଆସୁଥିବା ଭାରତ ମଧ୍ୟ ଏହି ଅତ୍ୟାଧୁନିକ ବିମାନ ପାଇଁ ଆଗ୍ରହ ପ୍ରକାଶ କରିଛି । ଆକାଶମାର୍ଗରେ ଶତ୍ରୁପକ୍ଷର ଯେକୌଣସି ଯୁଦ୍ଧବିମାନକୁ ମାତ ଦେଲାଭଳି ଦକ୍ଷତା ରହିଛି ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନର ।

ଏବେ ଆସନ୍ତୁ ନଜର ପକାଇବା ଏହି ଏମଆଇଜି-୩୫ର ଦକ୍ଷତା ଉପରେ :

ଏମଆଇଜି-୩୫
– ୨୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦୀ କ୍ଷମତା

– ଏକାଥରକେ ୨ ହଜାର କିଲୋମିଟର ଉଡାଣ କ୍ଷମତା

– ଏକକାଳୀନ ୩୦ଟି ଟାର୍ଗେଟକୁ ଟ୍ରାକ କରିପାରିବ

– ଆକାଶମାର୍ଗରେ ୬ଟି ଟାର୍ଗେଟକୁ ହିଟ୍ କରିବ

– ଆକାଶମାର୍ଗରୁ ଭୂପୃଷ୍ଠରେ ୪ଟି ଟାର୍ଗେଟକୁ ହିଟ୍ କରିବ

– ଆକାଶରୁ ଆକାଶକୁ କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ

– ଆକାଶରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ନିକ୍ଷେପ କରିବ

– ଆକାଶମାର୍ଗରୁ ଜାହାଜକୁ କ୍ଷେପଣାସ୍ତ୍ର ମାଡ କରିପାରିବ

ଭାରତରେ ଗତ ୫୦ ବର୍ଷ ଧରି ଏମଆଇଜି ଯୁଦ୍ଧ ବିମାନ ବ୍ୟବହାର ହୋଇଆସୁଛି । ଏପଟେ ଭାରତ ଓ ଚୀନ ମଧ୍ୟରେ ଡୋକଲାମରେ ଦେଖାଦେଇଥିବା ତିକ୍ତତା ଭିତରେ ଋଷିଆ ପୁଣି ତାର ଅତ୍ୟାଧୁନିକ ଯୁଦ୍ଧ ବିମାନ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇ ଜଣେ ମିତ୍ରରାଷ୍ଟ୍ର ଭାବେ ଉଭା ହୋଇଛି । ଚଳିତବର୍ଷ ଜାନୁଆରା ଋଷ ତାର ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନକୁ ପ୍ରଦର୍ଶନ କରିଥିଲା । ଏହାପରଠାରୁ ଭାରତୀୟ ବାୟୁସେନା ସହ ଡିଲ ପାଇଁ ଆଲୋଚନା ଜାରି ରଖିଛି । ତେବେ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ବଢୁଥିବା ଦୂରତା ଭିତରେ ଋଷିଆର ଏଭଳି ପ୍ରସ୍ତାବକୁ ଭିନ୍ନ ଭାବରେ ଦେଖାଯାଉଛି ।