ଋଷ ସେନା ବିମାନ ନିଖୋଜ: ବିମାନରେ ଥିଲେ ୧୦ କ୍ରିଉ ମେମ୍ବରଙ୍କ ସହ ୯୧ ଜଣ ଯାତ୍ରୀ

41

କନକ ବ୍ୟୁରୋ: ଋଷର ସାମରିକ ବିମାନ ଟିୟୁ-୧୫୪ ନିଖୋଜ । ମସ୍କୋ ସମୟ ଅନୁସାରେ ଭୋର ୫,୪୦ ରେ ବିମାନଟି ନିଖୋଜ ହୋଇଥିବା ଜଣାପଡିଛି । ୧୦ ଜଣ କ୍ରିଉ ମେମ୍ବରଙ୍କ ସମେତ ୯୧ଜଣ ଯାତ୍ରୀ ବିମାନରେ ଥିବା ସୂଚନା ରହିଛି । ସୋଚିରୁ ସିରିୟା ଯାଉଥିଲା ଏହି ଯାତ୍ରୀବାହୀ ବିମାନ ।

ଉଡାଣ ଭରିବାର ଠିକ୍ ୨୦ ମିନିଟ୍ ପରେ ବିମାନ ନିଖୋଜ ହୋଇଛି । ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଋଷର ପ୍ରତିରକ୍ଷା ମନ୍ତ୍ରୀ । ତେବେ ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି ।