ଓଡିଶା ଗସ୍ତରେ ଆସି କ୍ଷୋଭ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଳ ଯାଦବ ! କହିଲେ ଯୋଗାଇ ଦିଆଗଲା ନାହିଁ ସୁରକ୍ଷା

26

କନକ ବ୍ୟୁରୋ : ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିଥିବା କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାମ କ୍ରିପାଳ ଯାଦବ କହିଛନ୍ତି ରାଜ୍ୟ ସରକାର ପ୍ରୋଟକଲ ଭାଙ୍ଗିଛନ୍ତି । ତାଙ୍କୁ ସୁରକ୍ଷା ଯୋଗାଇ ଦେଇନାହାନ୍ତି । ସୁରକ୍ଷା ପାଇଁ ଗୋଟିଏ ସୀପାହି ମଧ୍ୟ ଦେଇନାହାନ୍ତି । କୌଣସି ରାଜ୍ୟ ସରକାର କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଏମିତି ବ୍ୟବହାର କରନ୍ତି ନାହିଁ । ପୂର୍ବରୁ ଆସି ଅନେକ ସତ୍ୟ ପଦାକୁ ଆଣି ରାଜ୍ୟ ସରକାରଙ୍କ ମୁଖା ଖୋଲିଥିବାରୁ ଏଭଳି କରିଥିବା ରାମ କ୍ରିପାଳ କହିଛନ୍ତି ।

କେନ୍ଦ୍ର ଗ୍ରାମାଂଚଳର ବିକାଶ ପାଇଁ ଦେଉଥିବା ଅନୁଦାନ ରାଜ୍ୟ ଏଯାଏଁ ଖର୍ଚ କରି ପାରୁନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମ୍ କ୍ରିପାଳ ଯାଦବ । କେନ୍ଦ୍ର ଯୋଜନାକୁ ନିଜର କହି ବାହାବା ନେଉଛନ୍ତି । କେନ୍ଦ୍ର କରୁଥିବା ଯୋଜନାର ସଦୁପଯୋଗ କରାଯାଉନାହିଁ । ୧୭ ବର୍ଷ ହେଲା ଏ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଏସବୁ କଥା ସେ ନିର୍ବାଚନୀ ସଭାରେ ଲୋକଙ୍କ ଆଗରେ ଉପସ୍ଥାପନ କରିବେ ବୋଲି କହିଛନ୍ତି । ଆସନ୍ତକାଲି ଜଗତସିଂହପୁରରେ ନିର୍ବାଚନୀ ସଭା କରି ସେ ବିଜେପି ସମର୍ଥୀତ ପ୍ରର୍ଥୀଙ୍କ ପାଇଁ ପ୍ରଚାର କରିବେ ।