ଚାଷୀଙ୍କୁ ମିଳିବ ରୁପେ କାର୍ଡ ! ଏଟିଏମ୍ ଓ ପିଓଏସ୍ ମେସିନରେ କରିବ କାମ

19

କନକ ବ୍ୟୁରୋ : ଓଡ଼ିଶାର ୫୫ ଲକ୍ଷ ଚାଷୀ ପରିବାରକୁ ଜୁୁନ୍ ମାସ ଶେଷ ସୁଦ୍ଧା ରୁପେ କାର୍ଡ ପ୍ରଦାନ କରାଯିବ । ପୂର୍ବରୁ ଥିବା କିଷାନ୍ କାର୍ଡ ସ୍ଥାନରେ ମିଳିବ ଏହି ରୁପେ କାର୍ଡ । କିଷାନ୍ କାର୍ଡ କେବଳ ସମବାୟ ବ୍ୟାଙ୍କରେ ବ୍ୟବହାର ହୋଇପାରୁଥିବା ବେଳେ ଏବେ ଏହି କାର୍ଡ ସବୁ ବାଣିଜ୍ୟିକ ବ୍ୟାଙ୍କ, ଏଟିଏମ୍, ପିଓଏସ୍- ପଏଂଟ୍ ଅଫ୍ ସେଲ୍ ମେସିନ୍, ଇ-କମର୍ସ ୱେବସାଇଟରେ ବି ବ୍ୟବହାର ହୋଇପାରିବ । ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତୁଷାରକାନ୍ତ ପଣ୍ଡା ।

ସେ କହିଛନ୍ତି ୫୫ ଲକ୍ଷ ଚାଷୀ ପରିବାରରୁ ୪୪ ଲକ୍ଷ ଚାଷୀଙ୍କୁ ରୁପେ କାର୍ଡ ଦେବ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ । ମାର୍ଚ୍ଚ ସୁଦ୍ଧା ୧୨ ଲକ୍ଷ ଚାଷୀ ପରିବାରକୁ ଓ ଜୁନ୍ ସୁଦ୍ଧା ସମସ୍ତ ଚାଷୀ ପରିବାରକୁ ଏହି କାର୍ଡ ମିଳିବ । ବାଣିଜ୍ୟିକ ବ୍ୟାଙ୍କ୍ ଗୁଡ଼ିକ ପ୍ରାୟ ଅବଶିଷ୍ଟ ୯ ଲକ୍ଷ କାର୍ଡ ବଦଳ କରିସାରିଲେଣି । ଏହା ସବୁ ଏଟିଏମ୍ ଓ ପିଓଏସ୍ ମେସିନରେ କାମ କରିବ । ଏହାଦ୍ୱାରା ଚାଷୀମାନେ ସୁବିଧାରେ ଚାଷ ପାଇଁ ମିଆଦି ଋଣ ନେଇପାରିବେ ଓ ଚାଷ କାମରେ ଖର୍ଚ୍ଚ କରିପାରିବେ ।