ଦିଲ୍ଲୀ ଦେଖିବ ଶାଢୀବାଲା ମାରାଥନ୍ : ସ୍ୱତନ୍ତ୍ର କଷ୍ଟ୍ୟୁମରେ ଧାଇଁବେ ଭାରତୀୟ ମା

54

runniing saree for women by milind soman

ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଦିଲ୍ଲୀ ରାସ୍ତାରେ ଦୈାଡିବେ ଭାରତୀୟ ବୋହୁ। ଆଉ ଧାଇଁବା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଶାଢୀ। ଯାହାକୁ ଏବେ ରନିଙ୍ଗ ଶାଢୀ କୁହାଯାଉଛି। ଏହି ରନିଙ୍ଗ ଶାଢୀକୁ ପ୍ରସ୍ତୁତ କରିଛନ୍ତି ମଡେଲ ମିଲିନ୍ଦ ସୋମାନ

runniing saree for women by milind somanମିଲିନ୍ଦ କିଛି ବର୍ଷ ହେଲା ଆୟୋଜନ କରିଆସୁଛନ୍ତି ମହିଳାଙ୍କ ପାଇଁ ମାରାଥନ। ଯାହାର ନାମ ଅଛି ପିଙ୍କାଥନ୍। ଏଥିରେ ଭାଗନେଉଥିବା ମହିଳାମାନେ ଚିରାଚରିତ ପୋଷାକ ପିନ୍ଧି ମାରାଥନରେ ଭାଗନେବାରେ ଅସୁବିଧା ଅନୁଭବ କରନ୍ତି। ଏହାକୁ ନଜରରେ ରଖି ମିଲନ୍ଦ ଏଭଳି ଏକ କଷ୍ଟ୍ୟୁମ ପ୍ରସ୍ତୁତ କରିଛନ୍ତି ଯାହାକି ଅତ୍ୟନ୍ତ ହାଲୁକା। ଆରାମଦାୟକ ଏହି ବସ୍ତ୍ରକୁ ପିନ୍ଧି ମାରାଥନରେ ଭଲ ରେଜଲ୍ଟ କରିପାରିବେ ଭାରତୀୟ ପ୍ରତିଯୋଗୀ। ଫିଟ୍ ରହିବାର ଫର୍ମୁଲା ପାଇଁ ମିଲନ୍ଦଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି ।