ଖୁଚୁରା ଅଚଳ ଏକ ଗୁଜବ ! ଟଙ୍କିକିଆ କଏନ୍ ନନେଲେ ହେବ କାର୍ଯ୍ୟାନୁଷ୍ଠାନ

367

କନକ ବ୍ୟୁରୋ: ଟଙ୍କିକିଆ କଏନ ଅଚଳ ହୋଇ ପଡିଛି । ଟଙ୍କିକିଆ କଏନକୁ ଏବେ ଦେଖିବା ମାତ୍ରେ ବ୍ୟାଙ୍କ ନେଉନାହାନ୍ତି କହି ନାକ ଟେକୁଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ । ଗ୍ରାହକ କହୁଛନ୍ତି ବ୍ୟବସାୟୀ ନେଉନାହାନ୍ତି, ବ୍ୟବସାୟୀ କହୁଛନ୍ତି ଗ୍ରାହକ ନେଉ ନାହାନ୍ତି । ଏଭଳି ସ୍ଥିତିରେ କଏନ ଅଚଳ ହୋଇନାହିଁ, ବରଂ ଏହା ଏକ ଗୁଜବ ବୋଲି କହିଛି ବ୍ୟାଙ୍କ ।

ଅଚଳ ହୋଇଗଲା କି ଟଙ୍କିକିଆ କଏନ । ବଜାରରେ ଏକ ଟଙ୍କିଆ ଖୁଚୁରା ଗ୍ରହଣ କରିବାକୁ ରାଜି ହେଉନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ । ସହର ହେଉ ଅବା ଗାଁ ଗହଳି ସବୁଠି ଟଙ୍କିକିଆ କଏନ୍ ଅଚଳ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସାଲେପୁରର ସହରରେ ମଧ୍ୟ କେହି ଟଙ୍କିକିଆ କଏନ ଗ୍ରହଣ କରୁନାହାନ୍ତି । ଫଳରେ ବ୍ୟବସାୟୀଙ୍କ ପାଖରେ ପ୍ରଚୁର ପରିମାଣରେ ଟଙ୍କିକିଆ କଏନ ଜମା ହୋଇ ରହିଥିବା ଜଣାପଡିଛି ।

ଟଙ୍କିକିଆ କଏନ୍ କେହି ନନେବାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଖୁଚୁରା ବ୍ୟବସାୟୀ । ସେପଟେ ବ୍ୟାଙ୍କ କର୍ତୃପକ୍ଷ ଏନେଇ ସ୍ପଷ୍ଟିକରଣ ରଖିଛନ୍ତି । ବ୍ୟାଙ୍କର କହିବା କଥା ଟଙ୍କିକିଆ କଏନ ଅଚଳ ଏକ ଗୁଜବ । ଏହାକୁ ବିଶ୍ୱାସ ନକରି ସମସ୍ତେ ଟଙ୍କିକିଆ କଏନ ଗ୍ରହଣ କରନ୍ତୁ । ନଚେତ୍ ଆଇନଗତ ପ୍ରକ୍ରିୟାରେ ଦଣ୍ଡ ଭୋଗିବାକୁ ପଡିପାରେ । ଗତ କିଛି ମାସ ହେବା କଏନ ସବୁ ଅଚଳ ହୋଇଗଲାଣି ବୋଲି ଜୋରସୋରରେ ଚର୍ଚ୍ଚା ହେଉଛି । ତେବେ ଏହା ଏକ ଗୁଜବ ହୋଇଥିବା ବେଳେ ଏଥିପ୍ରତି ଲୋକେ ସଚେତନ ହେବା ଜରୁରୀ ।