ମୋଦିଙ୍କ ବିଷୟରେ ପାଂଚଟି ଭୟଙ୍କର ମିଛ !

83

ମୋଦିଙ୍କ ଖବର, ମୋଦିଙ୍କ ପ୍ରଶଂସା, ମୋଦିଙ୍କ ଆଲୋଚନା ଏବଂ ମୋଦିଙ୍କୁ ନେଇ ଗୁଜବ । ଗତ ତିନି ବର୍ଷ ଭିତରେ ପ୍ରତ୍ୟେକ ଦିନ ପ୍ରତି ଗଣମାଧ୍ୟରେ ଏମିତି ଅନେକ ଖବର ଦେଖିବାକୁ ଏବଂ ଶୁଣିବାକୁ ମିଳିଛି । କହିବାକୁ ଗଲେ ପ୍ରତ୍ୟେକ ଦିନ ପ୍ରଧାନମନ୍ତ୍ରୀଙ୍କୁ ନେଇ କିଛି ନା କିଛି ଖବର ଥାଏ । ଏହି ତିନି ବର୍ଷ ଭିତରେ ମୋଦିଙ୍କ ଲୋକପ୍ରିୟତା ଦେଶର ବିକାଶ ଠାରୁ ଯଥେଷ୍ଟ ବଢିଛି । ଏବେ ଜାଣନ୍ତୁ ମୋଦିଙ୍କୁ ନେଇ ୫ଟି ଗୁଜବ ଯାହା ଏତେ ମାତ୍ରାରେ ପ୍ରଚାର ହୋଇଛି ଯେ ସାଧାରଣ ଜନତା ତାକୁ ସତ ବୋଲି ମାନି ନେଇଛନ୍ତି ।

ମୋଦିଙ୍କ ସୁରକ୍ଷାକର୍ମୀଙ୍କ ପାଖରେ ଥିବା ବ୍ରିଫକେସରେ ପରମାଣୁ ବମର ବଟନ୍ ରହିଛି :
ଏହି ଗୁଜବ ସବୁଠାରୁ ଅଧିକ ଶିହରଣ ସୃଷ୍ଟି କରିଥିଲା । ପରମାଣୁ ବୋମାର ବଟନ ଥିବା ଏହି ବ୍ରିଫକେସ୍ ସବୁବେଳେ ମୋଦିଙ୍କ ସୁରକ୍ଷାକର୍ମୀଙ୍କ ହାତରେ ଥାଏ । ଦରକାର ପଡିଲେ କୌଣସି ବି ମୁହୂର୍ତ୍ତରେ ଏହି ବମକୁ ଆକ୍ଟିଭେଟ୍ କରିଦେଇ ପାରିବେ । କିନ୍ତୁ ବାସ୍ତବିକତା କିଛି ଅଲଗା । ଏହା ଏକ ପୋର୍ଟେବଲ୍ ବୁଲେଟପ୍ରୁଫ୍ ସ୍ଲିଡ୍ । ଏହା ମୋଦିଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ । କୌଣସି ଅଘଟଣର ଆଭାସ ହେଲେ ଏହାକୁ ସଂପୂର୍ଣ୍ଣ ଖୋଲାଯାଇ ପାରିବ । ଯାହା ଏକ ରକ୍ଷା କବଚ ବା ଢାଲ ପରି କାମ କରେ ।

ମୋଦିଙ୍କୁ ଜୋତା ମାଡ :
ଏହି ଜୋତାର କାହାଣୀ ନିକଟରେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ଏକ ବୈଠକରେ ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ଏହାକୁ ସତ ପ୍ରମାଣ କରିବା ପାଇଁ ଏକ ଫଟୋ ମଧ୍ୟ ଛଡା ଯାଇଥିଲା । ହେଲେ ଘଟଣାରେ ସଂପୃକ୍ତ ମହିଳାଙ୍କ ନାଁ କୁହାଯାଇନଥିଲା । ମୋଦି ବିରୋଧୀମାନେ ଏହି ଖବରକୁ ଖୁବ୍ ମଜାର ସହ ସେୟାର୍ କରିଥିଲେ । କିନ୍ତୁ ଘଟଣା ପଛର ସତ୍ୟତା କିଛି ଅଲଗା ଥିଲା । ପ୍ରକୃତରେ ଘଟଣାଟି ହେଉଛି ମାର୍ଚ୍ଚ ୮ ତାରିଖର । ଗାନ୍ଧୀନଗରରେ ମୋଦିଙ୍କ ଏକ କାର୍ଯ୍ୟକ୍ରମ ଥିଲା । ଯେଉଁଠାକୁ ଶାଲିନୀ ନାମକ ଜଣେ ମହିଳା ମୋଦି ବିରୋଧୀ ନାରା ଦେଇ ମଂଚ ଉପରକୁ ଚଢି ଯାଇଥିଲେ । ତେବେ ତାଙ୍କୁ ଅଟକାଯାଇ ଅଡିଟୋରିୟମ୍ ବାହାରକୁ ପଠାଇ ଦିଆଯାଇଥିଲା ।

୧୦ କୋଟି ଟଙ୍କାର ପାଣି ପିଇଛନ୍ତି ମୋଦି :
ଏହି ଗୁଜବ ମଧ୍ୟ ସୋସିଆଲ୍ ମିଡିଆରେ ନିଜ ଅସ୍ଥାନ ଜମାଇ ଦେଇଥିଲା । କୁହାଯାଇଥିଲା ଯେ ନବରାତ୍ରୀ ଉପବାସ ରଖିଥିବା ମୋଦି ୧୦ ଦିନ ମଧ୍ୟରେ ମୋଦି ୧୦ କୋଟି ଟଙ୍କା ପାଣି ଏବଂ ଜୁସ୍ ପିଇ ଦେଇଥିଲେ । କିନ୍ତୁ ଏହା ସଂପୂର୍ଣ୍ଣ ମିଛ ଖବର ଥିଲା ।

ମୋଦିଙ୍କ ଫଟୋ :
ମୋଦିଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ସେୟାର୍ କରାଯାଇଥିଲା ଯେଉଁଥିରେ ଦେଖିବାକୁ ମିଳିଥିଲା ନରେନ୍ଦ୍ର ମୋଦି ସଜ ହୋଇଥିବା ଜଣେ ମହିଳାଙ୍କ ସହ ଛିଡା ହୋଇଛନ୍ତି । କୁହାଗଲା କି ଏହି ମହିଳା ଜଣକ ଯଶୋଦା ବେନ୍ । ଆଉ ଫଟୋ ଜରିଆରେ କୁହାଗଲା କି ମୋଦି ତାଙ୍କ ବୈବାହିକ ଜୀବନରେ ଖୁସିରେ ଥିଲେ ଏବଂ ଯଶୋଦାଙ୍କ ସହ ଅନେକ ଦିନ ରହିଥିଲେ । କିନ୍ତୁ ଫଟୋରେ ଥିବା ମହିଳା ଜଣକ ହେଉଛନ୍ତି ବିଜେପିର ପୂର୍ବତନ ନେତା କାଶୀରାମ୍ ରାଣାଙ୍କ ଝିଅ । ରାଣାଙ୍କ ଝିଅର ବିବାହ ସମୟର ଥିଲା ଏହି ଫଟୋଟି ।

ମୁସଲମାନ୍ ପିଲାଙ୍କୁ ହତ୍ୟା କରିବା ପାଇଁ ବିଷାକ୍ତ ଛୁଂଚି ପଠାଇଥିଲେ ମୋଦି :
ଯଦିଓ ଏହି ଗୁଜବ ଦେଶର ଏକ ନିର୍ଦ୍ଦିଷ୍ଟ ଅଂଚଳରେ ପ୍ରଚାର ହୋଇଥିଲା କିନ୍ତୁ ଏହାର ପ୍ରଭାବ ଅତ୍ୟକ୍ତ ଭୟଙ୍କର ଥିଲା । ସେତେବେଳେ ସରକାରୀ ବିଦ୍ୟାଳୟ ମାନଙ୍କରେ ଟୀକାକରଣ ଚାଲିଥିଲା । ଆଉ ରାଜସ୍ଥାନର ମୁସଲିସ୍ ବହୁଳ ଅଂଚଳରେ କେହି ଜଣେ ଏହି ଗୁଜବ ଉଡାଇଥିଲା ଯେ ଟୀକାକରଣ ପାଇଁ ବ୍ୟବହୃତ ଛୁଂଚିକୁ ମୋଦି ପଠାଇଛନ୍ତି । ମୋଦିଙ୍କ ଉଦ୍ଦେଶ୍ୟ ମୁସଲମାନ୍ ପିଲାମାନଙ୍କର ସନ୍ତାନ ଜନ୍ମ କରିବାର କ୍ଷମତା ଶେଷ ହୋଇଯିବ ।

ତେବେ ଏହି ଗୁଜବ ଏତେ ଭୟଙ୍କର ଥିଲା ଯେ ଏହାର ସତ୍ୟତା ଯାଂଚ୍ କରିବାକୁ ଯାଇଥିବା ନ୍ୟୁଜ୍ ଚ୍ୟାନେଲର କର୍ମଚାରୀମାନଙ୍କୁ ଦେଖି ଲୋକ ଡରିଯାଇଥିଲେ । ଯେତେବେଳେ ସେମାନେ ଏକ ବିଦ୍ୟାଳୟରେ ପହଂଚିଲେ ପିଲାମାନେ ଭୟରେ ପାଚେରୀ ଡେଇଁ ପଳାଇଥିଲେ । ତେବେ ଅଲୱର୍ ଜିଲ୍ଲାର ଡେପୁଟି  ସିଏମଓ ଡା. ଛବିଳ କୁମାର ବୟାନ୍ ଦେବା ପରେ ହିଁ ଲୋକମାନେ ବୁଝିବା ସହ  ପରିସ୍ଥିତି ଆୟତ୍ତକୁ ଆସିଥିଲା  ।