ଧାନ ସଂଗ୍ରହକୁ ନେଇ ବିଧାନସଭାରେ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ଉଦବେଗ । ରୁଲିଂ ଦେଲେ ବାଚସ୍ପତିିି : ଗୃହରେ ରିପୋର୍ଟ ଉପସ୍ଥାପନା କରିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

216

କନକ ବ୍ୟୁରୋ : ଧାନ ସଂଗ୍ରହକୁ ନେଇ ବିଧାନସଭାରେ ଆଜି ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନକାଳ ଓ ଶୂନ୍ୟକାଳରେ ସବୁ ଦଳର ସଦସ୍ୟମାନେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ରୁଲିଂ ଦେଇଛନ୍ତି । ସମସ୍ତ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲୀ ଭିତିରେ ସମବାୟ ମନ୍ତ୍ରୀ ତୁରନ୍ତ ଧାନ ବିକ୍ରି ସମସ୍ୟା ନେଇ ଆଲୋଚନା କରନ୍ତୁ ଓ ଗୃହରେ ରିପୋର୍ଟ ଉପସ୍ଥାପନ କରନ୍ତୁ ବୋଲି ବାଚସ୍ପତି ରୁଲିଂ ଦେଇଛନ୍ତି ।

ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଗତବର୍ଷ ସମଗ୍ର ରାଜ୍ୟରେ ୭ ଲକ୍ଷ ୭୭ ହଜାର ୫୦୬ ଜଣ ଚାଷୀ ବିନା ଟୋକେନରେ ଧାନ ସରକାରଙ୍କୁ ବିକ୍ରି କରିଥିଲେ । କିନ୍ତୁ ଚଳିତବର୍ଷ ଟୋକନ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟର ୮ ଲକ୍ଷ ୧୩ ହଜାର ୭୩୬ ଜଣ ଚାଷୀଙ୍କୁ ଟୋକନ ବ୍ୟବସ୍ଥା ଦ୍ୱାରା ଯୋଡାଯାଇ ଅଧିକ ଚାଷୀଙ୍କ ପାଖରେ ପହଂଚିଛି ବିଭାଗ । ବର୍ତମାନ ଯାଏଁ ଟୋକନ ବ୍ୟବସ୍ଥା ଜାରି ରହିଛି । ଆଗାମୀ ଏକ ମାସ ଯାଏଁ ଏହି ବ୍ୟବସ୍ଥା ଜାରି ରହିବ ।