ଖାଁ ଖାଁ ବିଧାନସଭା ! ଗୃହରେ ମୁଖିଆ ଥିଲେ କିନ୍ତୁ ମନ୍ତ୍ରୀ ନଥିଲେ । ବିରୋଧୀଙ୍କ କଟାକ୍ଷ, ଦଳୀୟ ପ୍ରଚାର ଆଗ, ବିଧାୟକ ଦାୟିତ୍ୱ ପଛ

107

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ପୂର୍ବରୁ ବଦଳୁଛି ବିଧାନସଭା ଚିତ୍ର । ଗତକାଲି ବିଧାନସଭାରେ ଯାହା ଚିତ୍ର ଯାହା ଥିଲା, ସେଥିରେ କିଛି ପରିବର୍ତ୍ତମନ ହୋଇନଥିବା ଉଣାଅଧିକେ ଆଜି ବି ସମାନ ଚିତ୍ର । ବିଧାୟକଙ୍କ ଅନୁପସ୍ଥିତ ଯୋଗୁଁ ଖାଁ ଖାଁ ବିଧାନସଭା । ପ୍ରଶ୍ନକାଳରେ ବାଚସ୍ପତି, ବିଧାୟକଙ୍କ ନାଁ ଡାକିଥିଲେ ହେଲେ ବିଧାୟକଙ୍କ ଦେଖାନଥିଲା ।

ପ୍ରଶ୍ନକାଳରେ ପଂଚାୟତିରାଜ୍, ପାନୀୟ ଜଳ, ଗ୍ରାମ୍ୟା ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଗୃହ ନିର୍ମାଣ, ପୌର ଉନ୍ନୟନ, ଶ୍ରମ ଏବଂ ସଂସଦୀୟ ବ୍ୟାପରମନ୍ତ୍ରୀ, ବିଧାୟକଙ୍କ ପ୍ରଶ୍ନର ଉତର ରଖିବାକୁ ଥିଲା, ହେଲେ ମନ୍ତ୍ରୀ ଉତର ରଖିବା ବେଳେ ପ୍ରଶ୍ନ ପଚାରିଥିବା ବିଧାୟକ ନଥିଲେ ।

ଆଜି ବିଧାନସଭାରେ ଶାସକ ଦଳର ପ୍ରାୟ ୪୦ ଜଣ ବିଧାୟକ ଅନୁପସ୍ଥିତ ଥିଲେ

୨୧ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ ମନ୍ତ୍ରୀ ଗୃହରେ ଅନୁପସ୍ଥିତ ଥିଲେ

ସେହିଭଳି ଏହି ଅନୁପସ୍ଥିତ ତାଲିକାରେ: ଭୂପିନ୍ଦର ସିଂ, ପ୍ରଶାନ୍ତ ବେହେରା, ରାଜେନ୍ଦ୍ର ସାହୁ, ପ୍ରୀତି ରଂଜନ ଘଡେଇ, ପ୍ରତାପ ଦେବ, ଅନନ୍ତ ନାରାୟଣ ଜେନା, ପ୍ରଶାନ୍ତ ମୁଦୁଲି, ସୁଧୀର ସାମଲ, ପ୍ରଶାନ୍ତ ଜଗଦେବ, ଲତିକା ପ୍ରଧାନଙ୍କ ସମେତ ଅନେକ ବିଧାୟକଙ୍କୁ ଆଜି ଗୃହରେ ଦେଖିବାକୁ ମଳିନଥିଲା । ଯାହା, ସରକାରୀ ଦଳକୁ ଘେରିବାକୁ ବିରୋଧୀଙ୍କୁ ଏକ ବଡ ସୁଯୋଗ ଆଣି ଦେଇଛି ।

ବିଧାନସଭା ଖାଁ ଖାଁ, ହେଲେ ପାଟକୁରାରେ ଭିଡ । ବିରୋଧୀ ବିଜେପି ଏବଂ କଂଗ୍ରେସ ସିଧାସଳଖ ଅଭିଯୋଗ କରିଛନ୍ତି- ପାଟକୁରା ପ୍ରଚାର ପାଇଁ ଗୃହରେ ଅନୁପସ୍ଥିତ ରହୁଛନ୍ତି ଶାସକ ଦଳର ବିଧାୟକ । ଆଉ ବିଜେଡିକୁ କଟାକ୍ଷ କରି ବିରୋଧୀ କହିଛନ୍ତି- ପାଟକୁରା ନିର୍ବାଚନ ସରିବା ଯାଏଁ ବିଧାନସଭାକୁ ବନ୍ଦ ରଖାଯାଉ । ଅନ୍ୟପଟେ ବିଧାୟକଙ୍କ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ଗୃହରେ ଅନୁପସ୍ଥିତ ରହିଛନ୍ତି ବୋଲି ସରକାର ଦଳର ମୁଖ୍ୟ ସଚେତକ ଏହି ସଫେଇ ରଖିଛନ୍ତି । ତେବେ ବିଧାୟକମାନେ କରୁଛନ୍ତି ଏବଂ କେଉଁ ଦାୟିତ୍ୱ ତୁଲାଉଛନ୍ତି ପାଟକୁରା ପ୍ରଚାରର ଚିତ୍ରରୁ ସ୍ପଷ୍ଟ ବାରି ହୋଇପଡୁଛି ।