ନିୟମ କୋହଳ କଲେ ସିବିଏସ୍ଇ ! ସର୍ବାଧିକ ୩ଥର ନିଟ୍ ଦେଇପାରିବା କଟକଣା ବାତିଲ୍

20

କନକ ବ୍ୟୁରୋ : ନିୟମ କୋହଳ କଲେ ସିବିଏସ୍ଇ । ସର୍ବାଧିକ ୩ଥର ନିଟ୍ ଦେଇପାରିବା କଟକଣାକୁ ବାତିଲ କରିଛି କେନ୍ଦ୍ର ମାଧ୍ୟମ୍ୟକ ଶିକ୍ଷା ପରିଷଦ । ନିଟ୍-୨୦୧୭ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ପ୍ରଥମ ପରୀକ୍ଷା ଭାବେ ଗ୍ରହଣ କରାଯିବ । ସିବିଏସଇର ଏହି ନିଷ୍ପତିକୁ ନିଟ୍ ଆଶାୟୀଙ୍କୁ ଆଶ୍ୱସ୍ତି ଦେଇଛି । ଜାନୁୟାରୀ ୩୧ରେ ନିଟ୍ ଜାରି କରିଥିବା ବିଜ୍ଞପ୍ତିରେ ୨୦୧୩ ପରୀକ୍ଷାକୁ ପ୍ରଥମ ପ୍ରଚେଷ୍ଟା ଭାବେ ଗ୍ରହଣ କରିଥିଲା । ଏବଂ ସର୍ବମୋଟ୍ ୩ଥର ପରୀକ୍ଷା ଦେଇ ପାରିବେ ବୋଲି ସୀମା ଧାର୍ଯ୍ୟ କରିଥିଲା ।

ଏଥିଯୋଗୁଁ ୨୦୧୩ରୁ ୩ଥର ପରୀକ୍ଷା ଦେଇ ସାରିଥିବା ଛାତ୍ରଛାତ୍ରୀ ଚଳିତ ବର୍ଷର ପରୀକ୍ଷା ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ, ଏହାକୁ ନେଇ ଦେଶବ୍ୟାପି ଏହା ବିରୋଧରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା । ଫଳରେ ସିବିଏସ୍ଇ ତାର ନିୟମ ବଦଳାଇ ୨୦୧୭ ନିଟ୍ ପାରୀକ୍ଷାକୁ ପ୍ରଥମ ପରୀକ୍ଷା ଭାବେ ଗ୍ରହଣ କରିବାକୁ ନିଷ୍ପତି ନେଇଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :