ଶରୀରକୁ ମାଲିସ୍ କରିବାର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ ଜାଣନ୍ତୁ !

46

– ଯେଉଁ ଘରେ ମାଲିସ୍‌ କରିବା ପାଇଁ ଚାହୁଁଛନ୍ତି, ତାହା ଖୋଲା ଓ ବାୟୁ ଚଳାଚଳ ହେବା ସହ ଶାନ୍ତ ପରିବେଶ ହେବା ଦରକାର ।

– ମାଲିସ୍‌ ପାଇଁ ସୋରିଷ, ରାଶି ବା ନଡ଼ିଆ ତେଲ ବ୍ୟବହାର କରିବା ଆବଶ୍ୟକ । ସର୍ବଦା ମନେ ରଖନ୍ତୁ ମାଲିସ୍‌ କରିବା ସମୟରେ ହାତର ଗତି ସବୁବେଳେ ହୃଦୟ ଆଡୁ ହେଉଥିବ ।

– ଖାଦ୍ୟଗ୍ରହଣ କରିବାର ତୁରନ୍ତ ପରେ ମାଲିସ୍‌ କରିବା ଉଚିତ୍‌ ନୁହେଁ । ଗର୍ଭବତୀ ମହିଳାଙ୍କର ପେଟ କିମ୍ବା ପାଦ ମାଲିସ୍‌ କରିବା ଉଚିତ୍‌ ନୁହେଁ ।

-ସାଧାରଣତଃ ମାଲିସ ପାଦରୁ ମୁଣ୍ଡ ଆଡକୁ କରାଯାଇଥାଏ । ମାଲିସ୍‌ ପରେ ଅଳ୍ପ ସମୟ ପାଇଁ ଖରାରେ ବସିବା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ।

-ମାଲିସ ହେବାପରେ ଅଳ୍ପ ଉଷୁମ ପାଣିରେ ସ୍ନାନ କରିବା ଉଚିତ । ଏହା ଦ୍ୱାରା ତେଲର ଚିକ୍କଣିଆ ଅଂଶ ଚାଲିଯାଏ । ତା’ପରେ ତଉଲିଆରେ ରଗଡ଼ି କରି ଶରୀରକୁ ପୋଛନ୍ତୁ । ଏହା ଦ୍ୱାରା ଲୋମକୂପ ଖୋଲିଯାଏ ।