ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା , ଚଳଚଂଚଳ ଏକାମ୍ରକ୍ଷେତ୍ର

108

ଉତ୍ସବ ମୁଖର ଏକାମ୍ରକ୍ଷେତ୍ର । ଆଜି ଅଶୋକାଷ୍ଟମୀରେ ମହାପ୍ରଭୁ ଶ୍ରୀ ଲିଙ୍କରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଆଜି ଲିଙ୍କରାଜଙ୍କ ସ୍ୱତନ୍ତ୍ର ନୀତି ଶେଷ ହେବା ପରେ ମାଉସୀ ଘରକୁ ଯାତ୍ରା ଆରମ୍ଭ କରିବେ । ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ରଥ ଆରୋହଣ କରି ଯାତ୍ରା କରିବେ । ଆଜି ଅପରାହ୍ନ ୪ଟା ବେଳେ ରଥ ଟଣା ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ମୋଟ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏପଟେ ଭୁବନେଶ୍ୱରରେ ତାପମାତ୍ରା ପ୍ରାୟ ୪୨ ଉପରେ ରହୁଥିବାରୁ ରଥଯାତ୍ରା ପାଇଁ ହେଉଥିବା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜଳସିଂଚନ ଓ ଜଳଛତ୍ର ଆଦି ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ଭିଡ ହେବ ବୋଲି ଅନୁମାନ କରାଯାଉଛି ।