ପରଲୋକରେ ପୂର୍ବତନ ସାଂସଦ ରୁଦ୍ରମାଧବ ରାୟ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପୂର୍ବତନ ସାଂସଦ ରୁଦ୍ରମାଧବ ରାୟଙ୍କ ପରଲୋକ । ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ୮ମାସ ଧରି  କିଡନି ରୋଗରେ ପୀଡିତ ଥିଲେ ରୁଦ୍ରମାଧବ । ପରେ ତାଙ୍କର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଆଜି ସେ ଆଖି ବୁଜିଛନ୍ତି । ୨୦୦୯ ସାଧାରଣ ନିର୍ବଚନରେ କନ୍ଧମାଳ ଆସନରୁ ବିଜେଡି ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ୨୦୧୪ ନିର୍ବାଚନରେ ରୁଦ୍ରମାଧବ ଦଳୀୟ ଟିକେଟ ରୁ ବଂଚିତ ହୋଇଥିଲେ । ସେ ବିଜେପିରେ ଯୋଗଦେଇ କନ୍ଧମାଳ ଆସନରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ତେବେ ସେ ଦଶପଲ୍ଲା ବିଧାନସଭା ଆସନରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଆସିଛନ୍ତି । ୧୯୯୦ ଓ ୯୫ରେ ସେ ଜନତା ଦଳରୁ ପ୍ରତିନିଧିତ୍ୱ କରିଥିଲେ । ସେହିପରି ୨୦୦୪ରେ ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।