କେନ୍ଦ୍ରାପଡ଼ାରେ ଗଛ ମୂଳେ ଚିକିତ୍ସା ଘଟଣା : ଫାର୍ମାସିଷ୍ଟିଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ତାତିଲେ ଲୋକେ

33

କନକ ବ୍ୟୁରୋ : ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଆଉ ଏକ ନମୁନା । ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଗୋଗୁଆ ପଂଚାୟତ ଅଧୀନ ବାବର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗଛମୂଳେ ରୋଗୀ ଚିକିତ୍ସିତ ହେଉଥିବା ଘଟଣାରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ପରେ ତାତିଛନ୍ତି ଲୋକେ । ଘଟଣାରେ ମେଡିକାଲର ଫାର୍ମାସିଷ୍ଟଙ୍କୁ ନିଲମ୍ବିତ କରିଥିଲେ ।

ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ଉତ୍ତ୍ୟକ୍ତ ଲୋକେ ମେଡିକାଲ ଆଗରେ ପୋଡାଜଳା କରିବା ସହ ପ୍ରତିବାଦ କରିଛନ୍ତି । ଫଳରେ ମେଡିକାଲରେ ରୋଗୀସେବା ବ୍ୟାହତ ହୋଇଛି । ଶନିବାରଦିନ ମେଡିକାଲକୁ ଆସିଥିବା ରୋଗୀଙ୍କ ମଧ୍ୟରୁ ଗଛମୂଳେ ୬ ଜଣଙ୍କୁ ସାଲାଇନ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।

ଡ଼ାକ୍ତରଖାନାରେ ବେଡ୍ କିମ୍ବା ଫ୍ୟାନ୍ ନଥିବାରୁ ବାଧ୍ୟ ହୋଇ ସେମାନଙ୍କୁ ଗଛମୂଳକୁ ଅଣାଯାଇଥିଲା । ଏହାପରେ ମେଡିକାଲର ଫାର୍ମାସିଷ୍ଟକୁ ନିଲମ୍ବିତ କରାଯାଇଛି । ଡ଼ାକ୍ତରଖାନାରେ ଜଣେ ଡ଼ାକ୍ତର , ଜଣେ ଫାର୍ମାସିଷ୍ଟ ଓ ଜଣେ ଆୟୁଷ ଡ଼ାକ୍ତର ରହିବା କଥା । କିନ୍ତୁ ଡ଼ାକ୍ତରଙ୍କ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବାବେଳେ ଆୟୁଷ ଡ଼ାକ୍ତର ଏଲୋପାଥିକ ଔଷଧ ଲେଖିପାରୁନାହାଁନ୍ତି ।

ଦେଖନ୍ତୁ ଏହି ଭିଡ଼ିଓ –