ଆଜିଠୁ ଗଡିଲା ଆରଏସଏସର ସଂକଳ୍ପ ରଥଯାତ୍ରା ! ରାମମନ୍ଦିର ପାଇଁ ସମର୍ଥନ ଯୋଗାଡ ଉଦ୍ଦେଶ୍ୟରେ ପରିକ୍ରମା କରିବ ବିଭିନ୍ନ ସ୍ଥାନ ।

80

କନକ ବ୍ୟୁରୋ : ଆଜିଠୁ ଦିଲ୍ଲୀରୁ ଗଡିଛି ଆରଏସଏସର ସଂକଳ୍ପ ରଥଯାତ୍ରା । ରାମମନ୍ଦିର ପାଇଁ ସମର୍ଥନ ଯୋଗାଡ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନ ପରିକ୍ରମା କରିବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଙ୍କଳ୍ପ ରଥଯାତ୍ରା । ଏହି ରଥଯାତ୍ରା ଡିସେମ୍ବର ୯ଯାଏଁ ଚାଲିବ । ଦିଲ୍ଲୀରୁ ଆରମ୍ଭ ହେବାକୁଥିବା ଏହି ସଂକଳ୍ପ ରଥଯାତ୍ରା ଦେଶର ବିିଭିନ୍ନ ସ୍ଥାନ ପରିକ୍ରମା କରିବ । ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ସମର୍ଥନ ଯୋଗାଡ କରିବା ଏହି ରଥଯାତ୍ରାର ମୂଳ ଉଦ୍ଦେଶ୍ୟ । ବିଶ୍ୱ ହିନ୍ଦୁ ପରିଷଦ ଓ ବିଭିନ୍ନ ହିନ୍ଦୁ ସଙ୍ଗଠନ ଏବଂ ସାଧୁସନ୍ଥ ସମାଜ ପକ୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ କରାଯାଉଛି ।

ନଭେମ୍ବର ୨୫ତାରିଖରେ ଅଯୋଧ୍ୟାରେ ଧର୍ମସଭା ମଧ୍ୟ ଡକାଯାଇଥିଲା । ସେପଟେ ବାବ୍ରୀ ମସଜିଦ ଭାଙ୍ଗି ମନ୍ଦିର ନିର୍ମାଣ କଲେ ଭୟଙ୍କର ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛି ଆତଙ୍କବାଦୀ ମାସୁଦର । ମାସୁଦ କହିଛି ଯେ ଯଦି ବାବରି ମସଜିଦ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହୁଏ ତାହେଲେ ଦିଲ୍ଲୀରୁ କାବୁଲ ଯାଏଁ  ବଦଲା ନେବେ ମୁସଲିମ । ସେହିପରି କର୍ତାରପୁର କରିଡୋର ଶିଳାନ୍ୟାସ ନେଇ ମଧ୍ୟ ସେ କଡା ଟିପ୍ପଣି ଦେଇଛି । ପାକିସ୍ତାନ ସରକାର ଭାରତର ମନ୍ତ୍ରୀମାନଙ୍କୁ କାର୍ଯ୍ୟକ୍ରମକୁ ଡାକିଥିବାରୁ ସେ ତାବ୍ର ଅସନ୍ତୋଷ ବ୍ୟକ୍ତ କରିଛି ।