ସେନା ଠାରୁ ଆଗରେ ଆରଏସଏସ! ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ସେନାକୁ ୬ ମାସ ଲାଗିବ, କିନ୍ତୁ ଆରଏସଏସ ମାତ୍ର ୨ ଦିନରେ ହେବ ତୟାର , ଜାଣନ୍ତୁ କିଏ କହିଲା ଏପରି କଥା

44

ସୀମାରେ ଏବେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛି । କେତେବେଳେ ଆତଙ୍କବାଦୀଙ୍କୁ ସୀମା ପାର କରି ଭାରତରେ ଅଶାନ୍ତି ସୃଷ୍ଟି କରୁଛି ତ ପୁଣି କେତେବେଳେ ଅସ୍ତ୍ରବିରତି ଉଲ୍ଲଘଂନ କରି ଭାରତକୁ ଯୁଦ୍ଧ ପାଇଁ ଉସକାଉଛି ପାକିସ୍ତାନ । ଏଭଳି ସ୍ଥଳେ କେତେ ପ୍ରସ୍ତୁତ ଆମ ସେନା । ଏନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ । କିନ୍ତୁ ଏହାର ଜବାବ ରଖିଛନ୍ତି ଆରଏସଏସ ପ୍ରମୁଖ ମୋହନ ଭାଗବତ । ମୋହନଙ୍କ କହିବା ଅନୁଯାୟୀ, ଦେଶ ପାଇଁ ଲଢିବାକୁ ଆବଶ୍ୟକ ପଡିଲେ ସେନା ଠାରୁ ବି ଅଧିକ ଶୀଘ୍ର ଆମେ ପ୍ରସ୍ତୁତ ହୋଇଯିବୁ । ମୋହନଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମୁଜାଫରପୁରରେ ଏକ ସଭାରେ ସ୍ୱୟଂସେବକକୁ ସଂଘର ଅନୁଶାସନ ସମ୍ପର୍କରେ କହିବାକୁ ଯାଇ ଭାଗବତ କହିଛନ୍ତି ଯେ, ଲଢେଇ ପାଇଁ ସେନାକୁ ପ୍ରସ୍ତୁତ ହେବାକୁ ୬-୭ ମାସ ଲାଗିବ । କିନ୍ତୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମାତ୍ର ୨ରୁ ୩ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ ।ସେ କହିଛନ୍ତି ଯେ ଆମ ସଂଗଠନ ସାମରିକ କିମ୍ବା ଅର୍ଦ୍ଧ ସାମରିକ ବଳ ନୁହେଁ । କିନ୍ତୁ କଡା ଅନୁଶାସନ ହିଁ ଆମର ପରିଚୟ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।

ଭାଗବତ କହିଛନ୍ତି, ଦେଶକୁ ଯଦି ଆରଏସଏସ କର୍ମୀଙ୍କ ଆବଶ୍ୟକତା ପଡେ ଏବଂ ଭାରତର ସମ୍ବିଧାନ ଓ କାନୁନ ଯଦି ଅନୁମତି ଦିଏ ତେବେ ଖୁବ କମ ସମୟ ମଧ୍ୟରେ ଆମେ ପ୍ରସ୍ତୁତ ହୋଇଯିବୁ । କାରଣ ସଂଘର ଅନୁଶାସନ ହିଁ ଆମକୁ ଏକ ପରିବାର ଭଳି ବାନ୍ଧି ରଖିଛି । ତେବେ ଭାଗବତଙ୍କ ଏଭଳି ବୟାନ ଏବେ ବିବାଦ ସୃଷ୍ଟି କରିଛି ।