ଓଡ଼ିଶାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ! ପୁରୀ ଗୋବର୍ଦ୍ଧନ ପୀଠରେ ମାଆ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କଲେ ଯୋଗ ଦାନ

38

କନକ ବ୍ୟୁରୋ : ଓଡ଼ିଶାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ । ପୁରୀରେ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠରେ ମାଆ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସେ ଯୋଗଦେବା ପାଇଁ ସେ ପୁରୀରେ ପହଂଚିଥିଲେ । ପୁରୀରେ ପହଂଚିବା ପରେ କଡା ସୁରକ୍ଷା ମଧ୍ୟରେ ସେ ଶ୍ରୀମନ୍ଦିର ଯାଇଥିଲେ ।ସେଠାରେ ଶ୍ରୀମନ୍ଦିୀ ପ୍ରଶାସନିକ ଅଧିକାରୀ, ସୁରକ୍ଷା ଅଧିକାରୀ, ଅତିରିକ୍ତ ଏସପି ପ୍ରମୁଖ ଉପସ୍ଥିତଥିଲେ ।

ଶ୍ରୀମନ୍ଦିର ଭିତରେ ଥିବା ବାହାର ବେଢାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମା ବିମଳା, ଲକ୍ଷ୍ମୀ ଓ ଶେଷରେ ବଟଗଣେଷଙ୍କୁ ଦର୍ଶନ କରିଥିଲେ । ଏହାପରେ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠରେ ମାଆ ବିମଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସେ ଯୋଗଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-