ରାଉରକେଲା : ଲାଂଚ ନେବା ମାମଲାରେ ଆରଏସପିର ବରିଷ୍ଠ ଅଧିକାରୀ ଗିରଫ

26

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଆରଏସପି ଅଧିକାରୀ ଗିରଫ । ଲାଂଚ ନେବା ଅଭିଯୋଗରେ ବି.ପି. ବର୍ମାଙ୍କୁ ଗିରଫ କରିଛି ସିବିଆଇ । ଆରଏସପିକୁ ରିଫ୍ରାକ୍ଟୋରିଜ ସାମଗ୍ରୀ ଯୋଗାଉ ଥିବା ଏକ କମ୍ପାନୀଠାରୁ ବି.ପି. ବର୍ମା ୧ ଲକ୍ଷ ଟଙ୍କା ଲାଂଚ ନେଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପ୍ରମାଣ ମିଳିବା ପରେ ରାଉରକେଲା ସମେତ ବୋକାରୋ, ଜାମସେଦପୁର ଓ କୋଲକାତାରେ ଏକକାଳୀନ ଚଢାଉ କରିଥିଲା ପୁଲିସ ।

ତେବେ ଆଜି ଆରଏସପିର ଏjò ବରିଷ୍ଠ ଅଧିକାରୀଙ୍କୁ ଭୁବନେଶ୍ୱର ସିବିଆଇ କୋର୍ଟରେ ହାଜର କରାଯିବ ବୋଲି ସୂଚନା ଦେଇଛି ସିବିଆଇ । ଗତକାଲି  ଏକ ୧୨ ଜଣିଆ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ,ଏହି ଚଢାଉ ସମୟରେ ୨୦ ଲକ୍ଷର ୨ ହଜାର ଟଙ୍କିଆ ନୋଟ ଜବତ ହୋଇଛି । ଗତକାଲି ସଂଧ୍ୟା ୬ଟାରୁ ବି.ପି. ବର୍ମାଙ୍କୁ ୬ ଘଂଟା ଧରି ମାରାଥନ ଜେରା କରିବା ପରେ ଗିରଫ କରିଛି ସିବିଆଇ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :