ରାଉରକେଲାରେ ଚାଞ୍ଚଲ୍ୟ: ଘରେ ପଶି ଯୁବକଙ୍କୁ ପଏଂଟ ଜିରୋରୁ ଫାୟାରିଂ କରି ହତ୍ୟା,ଟଙ୍କା ଦେଣ ନେଣକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସର ସନ୍ଦେହ

199

କନକ ବ୍ୟୁରୋ: ରାଉରକେଲାରେ ଚାଂଚଲ୍ୟ । ଘରେ ପଶି ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କଲେ ଦୁବୃର୍ତ । ଘଟଣା ଘଟିଛି ଷ୍ଟିଲସିଟିର ସେକଟର-୧ ରେ । ଟଙ୍କା ପାଇଁ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି ନୃସିଂହ ଚରଣ ସାହୁ ।

ମିଳିଥିବା ସୂଚନା ଅନୁôସାରେ ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରେ ବାଇକରେ ୨ଜଣ ବ୍ୟକ୍ତି ଆସିଥିଲେ । ନୃସିଂହଙ୍କ ଘରେ କିଛି ସମୟ ପାଇଁ କଥା ହୋଇଥିଲେ । ଆଉ ତାପରେ ହୋଇଥିଲା ଫାୟାରିଂ । ଗୁଳି ନୃସିଂହଙ୍କ ମୁଣ୍ଡରେ ବାଜିଥିଲା । ଗୁରୁତର ଆହତ ହେବା ପରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ନୃସିଂହ ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ କୋଟିଏ ଟଙ୍କା ଧାରରେ ନେଇଥିଲେ । ୨ଦିନ ତଳେ ଦୁଇ ଜଣ ବ୍ୟକ୍ତି ତାଙ୍କ ଘରକୁ ଆସି ଟଙ୍କା ମାଗିଥିଲେ । କିଛି ସମୟ ପାଇଁ ବଚସା ମଧ୍ୟ ହୋଇଥିଲା । ତେଣୁ ଟଙ୍କା ଦେଣ ନେଣକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି । ତେବେ ଗୁଳି ଚଳାଇଥିବା ବ୍ୟକ୍ତି ସ୍ଥାନିୟ ବାସିନ୍ଦା ହୋଇଥିବାରୁ ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ପୋଲିସ କହିଛି ।