ଅଙ୍ଗନୱାଡି ସୁପରଭାଇଜର୍ ପଦବୀ ପାଇଁ ବାହାରିଲା ୩୦୯ ନିଯୁକ୍ତି ! ଏଭଳି ପ୍ରକ୍ରିୟାରେ କରନ୍ତୁ ଆବେଦନ ।

438

ରାଜସ୍ଥାନ ସବଅର୍ଡିନେଟ୍ ଆଣ୍ଡ୍ ମିନିଷ୍ଟ୍ରିୟଲ୍ ସର୍ଭିସ୍ ସିଲେକସନ୍ ବୋର୍ଡ (RSMSSB) ତରଫରୁ ଅଙ୍ଗନୱାଡି ସୁପରଭାଇଜର୍ ପଦବୀ ପାଇଁ ୩୦୯ ଟି ପଦବୀରେ ଭ୍ୟାକେନ୍ସି ବାହାରି ଯାଇଛି । ଯଦି ଆପଣ ବି ଏହି ଭର୍ତ୍ତିରେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ଏବଂ ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଅଛନ୍ତି ତେବେ ଏହାର ଅଫିସିଆଲ୍ ୱେବସାଇଟକୁ ଯାଇ ଏ ବିଷୟରେ ଅଧିକ ତଥ୍ୟ ଜାଣିପାରିବେ ।

ପଦବୀ ସଂଖ୍ୟା : ୩୦୯

ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଯେକୌଣସି ବିଷୟରେ ସ୍ନାତକ ହାସଲ କରିବା ଆବଶ୍ୟକ ।

ଆବେଦନ ଫିସ୍ : ଏଥିରେ ଆବେଦନ କରିବା ପାଇଁ ଜେନେରାଲ୍ ଏବଂ ଓବିସି ବର୍ଗ ପାଇଁ ୪୫୦ ଟଙ୍କା,ଏନସିଏଲ୍ ଓବିସି ବର୍ଗ ପାଇଁ ୩୫୦ ଟଙ୍କା ଏବଂ ଏସସି-ଏସଟି ବର୍ଗ ପାଇଁ ୨୫୦ ଟଙ୍କା ଫିସ୍ ପଇଠ କରିବାକୁ ପଡିବ ।

ଦରମା : ୫,୨୦୦ ରୁ ୨୦,୨୦୦ ।

ବୟସସୀମା : ପ୍ରାର୍ଥୀଙ୍କୁ ୧୮ ରୁ ୪୦ ବର୍ଷ ବୟସ ହୋଇଥିବା ଆବଶ୍ୟକ ।

କିଭଳି କରିବେ ଆବେଦନ ?

ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ www.rsmssb.rajasthan.gov.in କୁ ଯାଇ ଆବେଦନ କରିପାରିବେ ।

ଅନ୍ତିମ ତାରିଖ : ଆବେଦନର ଅନ୍ତିମ ତାରିଖ ୩ ନଭେମ୍ବର ୨୦୧୮ ଅଟେ ।

ଚୟନ ପ୍ରକ୍ରିୟା : ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ ।