ଚଳନ୍ତା ଟ୍ରେନରୁ ସୁନା ଝାମ୍ପିନେଲେ ଦୁର୍ବୃତ୍ତ ! ଝାରସୁଗୁଡାରେ ବ୍ୟବସାୟୀଙ୍କଠାରୁ ୪୫ ଲକ୍ଷ ଟଙ୍କାର ସୁନା ଲୁଟ୍

16

କନକ ବ୍ୟୁରୋ: ଟ୍ରେନରୁ ୪୫ ଲକ୍ଷ ଟଙ୍କାର ସୁନା ଲୁଟ୍ । ଝାରସୁଗୁଡା ଷ୍ଟେସନ ନିକଟରୁ ସୁନା ବ୍ୟବସାୟୀ ଲଷ୍ମୀନାରାୟଣ ଶର୍ମାଙ୍କଠାରୁ ଏହି ଲୁଟ୍ ହୋଇଛି । ସୁନାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ । ବ୍ୟବସାୟୀ ଜଣକ କୋଲକାତାରୁ ରାୟପୁର-ମୁମ୍ବାଇ ଟ୍ରେନରେ ଯାଉଥିବା ବେଳେ ଦୁବୃତ୍ତ ଏହି ଲୁଟ୍ କରିଛନ୍ତି । କିଛି ଦୁବୃତ୍ତ ତାଙ୍କ ହାତରୁ ସୁନା ବ୍ୟାଗ୍ ଛଡାଇ ନେଇ ଚଳନ୍ତା ଟ୍ରେନରୁ ଡେଇଁ ପଳାଇଥିଲେ । ବ୍ୟବସାୟୀ ଜଣକ ମଧ୍ୟ ଚୋରଙ୍କୁ ଧରିବାକୁ ଟ୍ରେନରୁ ଡେଇଁ ପଡିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି ।