ଭୋଟ୍ ବଜାରରେ ଜାଲନୋଟ୍ ! ଅଶିକ୍ଷିତ ଓ ନୀରିହ ଲୋକଙ୍କୁ ଟାର୍ଗେଟ୍

47

କନକ ବ୍ୟୁରୋ : ଓଡିଶା ବଜାରରେ ଜାଲନୋଟର ମାୟାଜାଲ । ଯାଜପୁର ପୋଲିସ ହାତରେ ୨୭ ଲକ୍ଷର ନକଲି ନୋଟ୍ । ଗ୍ରାମାଂଚଳର ଅଶିକ୍ଷିତ ଓ ନିରୀହ ଲୋକଙ୍କୁ ଟାର୍ଗେଟ୍ କରି ନକଲି ନୋଟ୍ ଛାପିଥିବା ୩ ଜଣ ପୋଲିସ କବଜାରେ । ଉପକୂଳରୁ ଦକ୍ଷିଣ ଓଡିଶା ଯାଏଁ ଲମ୍ବିଥିଲା ଚେର । ପୋଲିସର ସୂଚନା ଅନୁସାରେ ରାଜ୍ୟ ବାହାରୁ ଆସୁଥିଲା ଟଙ୍କା ଆଉ ଓଡିଶା ବଜାରରେ ସହଜରେ ହେଉଥିଲା ବିନିଯୋଗ ।

ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ଏତେ ପରିମାଣର ନକଲି ନୋଟ୍ ଧରାପଡିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜନୀତିର ମଇଦାନରେ ସଫଳତା ପାଇବା ପାଇଁ ନେତା କଣ ଏହି ନୋଟ୍ ବ୍ୟବହାର କରିଥାନ୍ତି କି । ଏବି ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମୋଦିଙ୍କ ବିମୁଦ୍ରାକରଣ ନିଷ୍ପତିକୁ ଫୁ କରି ବଜାରରେ ନକଲି ନୋଟର ଚାଲିଛି ବେପାର ।

ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ରାକେଟର ଟାର୍ଗେଟରେ ଥିଲେ ଗାଁ ଗହଳିର ନିରୀହ ଲୋକ । ସହଜରେ ଓ ସୁବିଧାରେ ନୋଟ୍ ବ୍ୟବହାର କରି ମାଲାମାଲ୍ ହେବାର ନିଶା ଘାରିଥିଲା ଏହି ରାକେଟର ଲୋକଙ୍କୁ । ତେବେ ବଡ ପ୍ରଶ୍ନ ଉଠୁଛି

– କେଉଁଠି ତିଆରି ହୋଇଥିଲା ଏହି ନକଲି ନୋଟ୍?
– ଯାଜପୁର ଭିତରେ ଏହାର ଚେର ନା ରାଜ୍ୟ ବାହାରୁ ଆସିଥିଲା ଟଙ୍କା?
– ପଂଚାୟତ ନିର୍ବାଚନ ସହ ଏହାର କିଛି ଲିଂକ ରହିଛି କି?
– ନେତା ଟଙ୍କା ବାଂଟିବା ପାଇଁ ଏହାକୁ ବ୍ୟବହାର କରିଥାନ୍ତେ କି?

ଜାଲନୋଟ୍, କଳାଟଙ୍କା ଏବଂ ଟେରର୍ ଫଣ୍ଡିଂ ପାଇଁ ଏହି ନୋଟ୍ ବନ୍ଦ ନିଷ୍ପତିକୁ ଏକ ବ୍ରହ୍ମାସ୍ତ୍ର ବୋଲି କୁହାଯାଉଥିଲା । ହେଲେ ବିମୁଦ୍ରାୟନର ମାତ୍ର କେଇ ମାସ ପରେ ମାର୍କେଟରେ ବୁଲୁଛି ଜାଲନୋଟ୍ । ନୂଆ ନୋଟ୍ ସହ ଲୋକେ ଏମିତିରେ ଅଭ୍ୟସ୍ତ ହୋଇନଥିବା ବେଳେ ଜାଲନୋଟର ଜାଲରେ ଛନ୍ଦି ହେବାର ଆଶଙ୍କା ଅଧିକ ।