ମାଲକାନଗିରିରେ ମହାଘୋଟାଲା ! ଭୂତ ଚାଷୀଙ୍କ ନାଁରେ ଋଣ ଟଙ୍କା ହରିଲୁଟ୍

43

କନକ ବ୍ୟୁରୋ : କେନ୍ଦ୍ରୀୟ ସମବାୟ ବ୍ୟାଙ୍କରୁ କୋଟିକୋଟି ଟଙ୍କା ଚଳୁ । ମିଛ ଚାଷୀଙ୍କ ନାଁରେ ଋଣ ଉଠାଇ ହରିଲୁଟ୍ କରିଛନ୍ତି କେତେକ କର୍ମଚାରୀ । କନକ ନ୍ୟୁଜର ଅନୁସନ୍ଧାନବେଳେ ଧରାପଡିଛି ଏହି ମହା ଘୋଟାଲା । କେସିସି ବ୍ୟାଙ୍କର କେବଳ ମାଲକାନଗିରି କାଲିମେଳା ଲ୍ୟାମ୍ପରୁ ପ୍ରାୟ ୨୦ କୋଟିରୁ ଅଧିକ ଟଙ୍କା ବାଟମାରଣା ହୋଇଛି । ଯେଉଁଥିରୁ ମାତ୍ର ୧ କୋଟି ୩୦ ଲକ୍ଷ ଟଙ୍କା ରିକଭରି କରି ଚୁପ ବସିଛନ୍ତି ବ୍ୟାଙ୍କ କର୍ତୃପକ୍ଷ । ଅନ୍ୟପକ୍ଷରେ ଋଣ ପରିଷୋଧ କରିବାକୁ ଭୂତ ଚାଷୀଙ୍କ ନାଁରେ ପଠାଯାଉଛି ନୋଟିସ । ଦେଖିବା କନକ ନ୍ୟୁଜର ଏକ୍ସକ୍ଲୁସିଭ ରିପୋର୍ଟ –