ଏଟିଏମରେ ମିଳିବନି ୨୦୦ ଟଙ୍କିଆ ନୋଟ୍‌ !

36

ଆଉ କିଛି ଦିନ ପରେ ବଜାରକୁ ଆସିବ ୨୦୦ଟଙ୍କିଆ ନୋଟ୍ । ତେବେ ନୂଆକରି ବଜାରକୁ ଆସିବାକୁ ଥିବା ଏହି ୨୦୦ ଟଙ୍କିଆ ନୋଟ୍‌ ଏଟିଏମ୍‌ ମାଧ୍ୟମରେ ମିଳି ନପାରେ । ୧୦ ଟଙ୍କିଆ, ୨୦ ଟଙ୍କିଆ ଏବଂ ୫୦ ଟଙ୍କିଆ ନୋଟ୍ ଭଳି ଏହା କେବଳ ବ୍ୟାଙ୍କ୍ ଗୁଡ଼ିକରେ ଉପଲବ୍ଧ ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ଉଲ୍ଲେଖଯୋଗ୍ୟ ଯେ, ସରକାର ଗତବର୍ଷ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରିବା ପରେ ଏହା ସ୍ଥାନରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ଆଣିଛନ୍ତି । ଏବେ ପୁଣି ନୂଆ ୨୦୦ ଟଙ୍କିଆ ଆଣିବାକୁ ଯୋଜନା ରଖିଛନ୍ତି । ଯାହାକୁ ଆରବିଆଇ ଦେଇସାରିଛି ସବୁଜ ସଂକେତ । ଅର୍ଥ ମନ୍ତ୍ରାଳୟର ପରାମର୍ଶ ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ନୋଟ୍‌ ଛପା ଆରମ୍ଭ ହୋଇସାରିଛି । ଅନ୍ୟପଟେ ଏହି ନୋଟର ଛବି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ଅସଲି କି ନକଲି ସ୍ପଷ୍ଟ ହୋଇନାହିିଁ ।