୫୫ ମାସ, ୯୨ ଦେଶ ! ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୨୦୨୧ କୋଟି ଟଙ୍କା

309

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତ୍ତାକୁ ଆସିବାର ୪ ବର୍ଷ ୭ ମାସ ହୋଇସାରିଛି । ଆଉ ମୋଦିଙ୍କ ଶାସନ କାଳ ସମୟରେ ସେ ଅନେକ କିର୍ତ୍ତୀମାନ ମଧ୍ୟ ସ୍ଥାପନ କରିଛନ୍ତି । ତେବେ ମୋଦିଙ୍କ ବିଦେଶ ଗସ୍ତ ନେଇ ମଧ୍ୟ ଅନେକ ସମୟରେ ସେ ଚର୍ଚ୍ଚାରେ ରହିଆସିଛନ୍ତି । ଆଉ ମାତ୍ର କିଛି ମାସ ପରେ ଲୋକସଭା ନିର୍ବାଚନ । ଆଉ ତା’ପୂର୍ବରୁ ଯଦି ମୋଦି ୨ ଦେଶର ଗସ୍ତ କରନ୍ତି ପ୍ରଧାନମନ୍ତ୍ରୀ ହିସାବରେ ସର୍ବାଧିକ ବିଦେଶ ଗସ୍ତ କରିବାରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହୋଇଯିବେ ।

ଇନ୍ଦିରା ଗାନ୍ଧୀ ତାଙ୍କ କାର୍ଯ୍ୟକାଳ ଭିତରେ ପ୍ରଧାନମନ୍ତ୍ରୀ ରୂପେ ୧୧୩ ଦେଶ ଯାତ୍ରା କରିଥିଲେ । ଆଉ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ତାଙ୍କର କାର୍ଯ୍ୟକାଳ ଶେଷ ନହେବା ପୂର୍ବରୁ ୯୨ ଦେଶ ଯାତ୍ରା କରିସାରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂଙ୍କ ଠାରୁ ଗୋଟିଏ ଯାତ୍ରା ପଛରେ ଅଛନ୍ତି ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତାଙ୍କ କାର୍ଯ୍ୟକାଳ ଭିତରେ ମୋଟ୍ ୯୩ ଦେଶ ଗସ୍ତ କରିଛନ୍ତି । ତେବେ ନରେନ୍ଦ୍ର ମୋଦି ଓ ମନମୋହନ ସିଂଙ୍କ ମଧ୍ୟରେ ସବୁଠାରୁ ବଡ଼ ଅନ୍ତର ହେଲା ମନମୋହନ ସିଂ ୧୦ ବର୍ଷର ୨ କାର୍ଯ୍ୟକାଳ ସମୟରେ ୯୩ ଦେଶ ଯାତ୍ରା କରିଛନ୍ତି । ଅନ୍ୟପଟେ ମୋଦି ସାଢ଼େ ୪ ବର୍ଷରେ ପାଖାପାଖି ୯୨ ଦେଶର ଯାତ୍ରା କରିସାରିଛନ୍ତି । ଇନ୍ଦିରା ଗାନ୍ଧୀ ନିଜର ୧୫ ବର୍ଷର କାର୍ଯ୍ୟକାଳ ଭିତରେ ୧୧୩ ଦେଶର ଯାତ୍ରା କରିଛନ୍ତି ।

narendra-modi
image courtesy-https://www.bgr.in

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୫ ମାସର କାର୍ଯ୍ୟକାଳ ଭିତରେ ବିଦେଶ ଗସ୍ତରେ ଖର୍ଚ୍ଚ ୨ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ସରକାରଙ୍କ ପକ୍ଷରୁ ସଂସଦରେ ଦିଆଯାଇଥିବା ତଥ୍ୟ ଅନୁସାରେ ନରେନ୍ଦ୍ର ମୋଦି ବିଦେଶ ଯାତ୍ରା ସମୟରେ ଚାଟାର୍ଡ଼ ଉଡ଼଼ାଣ, ବିମାନର ଦେଖାରଖା ଓ ହଟଲାଇନ୍ ସୁବିଧା ସୁଯୋଗ ପାଇଁ ପାଖାପାଖି ୨୦୨୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରଧାନମନ୍ତ୍ରୀ ହିସାବରେ ସେ ୨୦୧୪ ଜୁନରେ ପ୍ରଥମ ବିଦେଶ ଗସ୍ତ କରିଥିଲେ । ମୋଦିଙ୍କ ସର୍ବମୋଟ ୯୨ ଦେଶର ଗସ୍ତ ସମୟରେ ଖର୍ଚ୍ଚ ହୋଇଛି ୨୦୨୧ କୋଟି ଟଙ୍କା । ଏହି ହିସାବରେ ମୋଦିଙ୍କ ପ୍ରତି ଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୨୨ କୋଟି ।